STORYMIRROR

Baikuntha meher

Inspirational

3  

Baikuntha meher

Inspirational

ସଂକଳ୍ପ

ସଂକଳ୍ପ

1 min
168


ତୁମେ ତାକୁ ଯେତେ ଅଟକାଇଲେ ଵି

     ସେ ଅଟକିବନି।

ଯେତେ କନ୍ଦାଇଲେ ବି ସେ କାନ୍ଦିଵନି।

 ଭଙ୍ଗାଇଵାକୁ ଚାହିଁଲେ ବି ଭାଙ୍ଗିଵନି

  ସେ ତ କଣ୍ଟାକୁ ଭାଵିନେଇଛି ଫୁଲ,

ଅଭିଶାପକୁ ମାନିନେଇଛି ଆଶୀର୍ବାଦ।

ଦୁଃଖ ସୁଖକୁ ଧରିନେଇଛି

  ଇଶ୍ୱରଙ୍କ ବରଦାନ।

ଆସୁ ଯେତେ ଭୂମିକମ୍ପ,

 ମହାବାତ୍ୟା, ମହାମାରୀ

ତ୍ୟାଗ କରିଛି ସେମାନଙ୍କ ପ୍ରତି ଭୟ।

ଆଶା ନାହିଁ ତା'ର ପାଇବାକୁ କାହାର

 ସାହାଯ୍ୟ, ପ୍ରତିଶ୍ରୁତି,

ପ୍ରମାଣପତ୍ର,ଅବା ପ୍ରଶଂସା ପତ୍ର।

ଲୋଭ ନାହିଁ ପାଇବାକୁ ରାଜସିଂହାସନ।

କାରଣ ସେ ସଂକଳ୍ପ ନେଇଛି ଲଢ଼ୁଥିବ

     ତା ସହ ସେ ଥିବା ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational