STORYMIRROR

Baikuntha meher

Inspirational

3  

Baikuntha meher

Inspirational

ମୋତେ ଫେରିବାକୁ ହେବ

ମୋତେ ଫେରିବାକୁ ହେବ

1 min
237

ଅବଶ୍ୟ ମୁଁ ଜାଣିନି ସମୟ

ବାର, ମାସ, ତିଥି

ଦିନ ଅବା ରାତ୍ରୀ।

ଜଣା ନାହିଁ ମୋତେ

କେବେ କରିବି ମୁଁ ମହାଯାତ୍ରା

ଚିରନିଦ୍ରାରେ ଶୋଇ।

ହେଲେ ଜାଣିଛି ,

ନିଶ୍ଚୟ ଫେରିବି ସେହି ସ୍ଥାନକୁ,

ତା ପାଖକୁ,

ଯିଏ ମୋତେ ପଠାଇଥିଲା

ମନୁଷ୍ୟତାର ବୀଜ ଵପନପାଇଁ।

ମୁଁ ଭଲ କି ଭେଲ କରିଛି

 ଜାଣେନା।

ଫେରିଗଲା ପରେ ଜାଣିବି

ମୁଁ ମୋର ଫଳାଫଳ।

ସେ ମୋତେ ତା' ସହ ରଖିଵ କି

ପୁଣି ଥରେ ପଠାଇବ।

   ମୁଁ ଏତିକି ଜାଣିଛି

ଦିନେ ନା ଦିନେ

ମୋତେ ଫେରିବାକୁ ହେବ।

ସେଥିପାଇଁ ସାଉଁଟିଛି

ଦୁଃଖସୁଖର ସ୍ମୃତି।

ଗୋଟେଇଛି

ମାନସମ୍ମାନ, ପ୍ରଣାମ ଓ ପ୍ରଶଂସା।

ମୁଣ୍ଡେଇଛି କୃତକର୍ମର ଫଳ,

ଆୟବ୍ୟୟର ହିସାବ

ହେଲେ " ମୁଁ " ମୋତେ

  ଜାବୁଡ଼ି ଧରିଛି

 ଫେରି ନଯିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational