STORYMIRROR

Baikuntha meher

Inspirational Others

3  

Baikuntha meher

Inspirational Others

ଖୁସି ! ତୁମକୁ ପାଇବି ବୋଲି

ଖୁସି ! ତୁମକୁ ପାଇବି ବୋଲି

1 min
220


       ବୈଶାଖ ରୁ ଚୈତ୍ର ଗ୍ରୀଷ୍ମ ଆଵସନ୍ତ 

        ଦିନରାତି ଏକ କରିଦେଇଛି।

    ଵିରଙ୍ଗୀ ପୋଷାକ ପିନ୍ଧି, ରତ୍ନ ଅଳଙ୍କାରରେ ମଣ୍ଡି

     କାଦମ୍ଵରୀ ପାନେ ମତ୍ତ ,ଡ଼ାକବାଜି ଯନ୍ତ୍ରେ ନୃତ୍ୟ

  ଉନ୍ମାଦ,ଉଦଣ୍ଡ ପ୍ରକୃତି ପ୍ରବୃତ୍ତି ରେ ହୋଇଛି ତଲ୍ଲୀନ।

କଳେବଳେ କୌଶଳେ ପ୍ରତିଦ୍ବନ୍ଦୀକୁ ପଛରେ ପକାଇ 

       ଉଚ୍ଚାସନରେ ହୋଇଛି ଆସୀନ। 

  ଅର୍ଥ କୁ କରିଛି ମୋର ଜୀବନର ମୁଖ୍ୟ ଆୟୂଧ।

ତ୍ରିତଳ ଅଟ୍ଟାଳିକା ର ତୁଳିତଳପ ଶଯ୍ୟାରେ ଶୟନ କରି 

      ଗଢିଛି ସ୍ବପ୍ନ ର ତାଜମହଲ।

      କାଳିଆ ଘୋଡ଼ାରେ ଚଢିଛି, 

      ପକ୍ଷୀ ଭଳି ଉଡିଛି ଆକାଶରେ ।

   ପ୍ରତିଷ୍ଠିତ ହୋଇ ପାଇଛି ନେତା ମନ୍ତ୍ରୀ ଭାବେ,

       ପାଇଛି ତାଳି ସହ ପ୍ରଣାମ ପ୍ରଶଂସା,

    ସାଉଁଟିଛି କେତେ ମାନପତ୍ର ସହ ପ୍ରମାଣପତ୍ର।

କାମ କ୍ରୋଧ ଲୋଭ ମୋହ ସାଥିରେ ମିଳେଇଛି ହାତ।

        ତୁମକୁ ପାଇବି ବୋଲି

     ମୁଁ କାହା ଖାଇବାରେ ଦେଇଛି ଧୁଳି 

       କାହାପିଠିରେ ଚଳାଇଛି ଛୁରୀ

କାହା ଗୁପ୍ତ ଧନ ଲୁଣ୍ଠନ କରି ହସିଛି ମୁଁ ବିଜୟ ର ହସ।

 ହେଲେ ଖୁସି ! ଏଯାଏଁ ତୁମକୁ ପାଉନି,

   ତୁମେ କେଉଁଠି ଖୁସି ? କେଉଁଠି ତୁମ ଠିକଣା ?

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational