STORYMIRROR

Baikuntha meher

Others

3  

Baikuntha meher

Others

ତୁମେ ହିଁ ତ ମୋର କବିତା

ତୁମେ ହିଁ ତ ମୋର କବିତା

1 min
281


ଅର୍ଦ୍ଧାଙ୍ଗିନୀ ମୋର ଅଭିମାନ କରି

    ଆନମନା ହୋଇ କହିଲେ ମୋତେ,

ଇତି ରୁ ଆରମ୍ଭ କବିତା ଲେଖୁଛ

      ଇମିତି ମୋ ପାଇଁ ଲେଖୁନ ପଦେ।


ଉତ୍ତର ଦେଲି ମୁଁ ପ୍ରିୟାକୁ ମୋହର

    ଊଣା ନ କର ଲୋ ମନକୁ ଲଵେ,

ଋଣୀ ହୋଇଛି ଲୋ ତୁମକୁ ମୁଁ ପାଇ

   ରୁଷା ଛାଡି ଶୁଣ କହୁଛି ଏବେ।


ଏ ପଦ୍ମକୁ ନେଇ ମୁଁ ଲେଖିଲି କବିତା

  ଐରୀ ହେଲା ମୋର ସୂର୍ଯ୍ୟଙ୍କୁ ନେଇ

ଓହରି ଗଲା ମୋ ସଙ୍ଗାତ ଚନ୍ଦ୍ରମା

   ଔଷଧ ପାଇଲା କଇଁକୁ ପାଇ।


କୋଇଲିକୁ ନେଇ ଲେଖିଲି କବିତା

  ଖୋଜି ନେଲା ଧରି ବସନ୍ତ ତାକୁ,

ଗଛ ଡ଼ାଳ ଫୁଲେ ପାଇଥିଲି ଭଲ

      ଘୋଷେ ନିତି ନାମ ସେ ଭଅଁରକୁ।


ଚଳନ୍ତି ନଦୀର ଲେଖିଲି କବିତା

  ଛାଡି ଗଲା ସିଏ ସାଗର ପାଇ

 ଜଳଦ କୁ ନେଇ ଲେଖିଲି ମୁଁ କେତେ

      ଝରିଯାଏ ସିଏ ମୟୂର ପାଇଁ।


ଟାକିଛି କେତେ ମୁଁ ସେମାନଙ୍କ ପାଇଁ

  ଠକିଗଲେ କେହି ଆସିଲେ ନାହିଁ

ଡରି ସେହି ଡର ଆଲୋ ପ୍ରିୟା ମୋର

  ଢାଙ୍କିଛି ତୋତେ ମୋ ହୃଦୟେ ନେଇ।


ନେଇ ଯିବ ବୋଲି କେହିଲୋ ସଜନୀ

 ତୋ ପାଇଁ ଲେଖିନି କବିତା ମୁହିଁ।

ଥରିଯାଏ ଛାତି ଭାବିଲେ ସେକଥା

 ଦୁଃଖ ଯାଏ ଛାଡି ତୋ ମୁହଁ ଚାହିଁ।


ଧନ ତୁହି ମୋର ମନ ମୋ ଆତ୍ମାର

  ନହୁଅ ବିମନ ମୋହରି ଠାଇଁ,

ପ୍ରାଣ ଥିଵା ଯାଏ ତୁହି ମୋ କବିତା

    ଫୁଲ ମୋ ଗଛର ମାଳୀ ତୋ ପାଇଁ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍