STORYMIRROR

Baikuntha meher

Classics

3  

Baikuntha meher

Classics

ଦୋଷ ଦେବି ବା କାହାକୁ

ଦୋଷ ଦେବି ବା କାହାକୁ

1 min
205


ମୁଁ ଚାହେଁ ହେବାକୁ ରାମଚନ୍ଦ୍ର 

 ହେଲେ ଚାହେଁନି ବନ ଯିବାକୁ 

ଭରତ ହେବାକୁ କରିଛି ଆଗ୍ରହ 

ଦେବି ନାହିଁ ମୋ ରାଜ୍ୟକୁ।

ମୁଁ ଚାହେଁ ହେବାକୁ ଧର୍ମ ଯୁଧିଷ୍ଠିର 

 ନାହିଁ ଧାର୍ମିକ ହେବାକୁ 

ଦାନୀ ହରିଶ୍ଚନ୍ଦ୍ର ବୋଲାଇଵା ଇଚ୍ଛା 

 ଚାହେଁନା ଦାନ ଦେବାକୁ । 

ପଣ୍ଡିତ ହେବାକୁ ମନ ବଳାଇଛି

ସ୍ପୃହା ନାହିଁ ପଢ଼ିବାକୁ

ଲେଖକ ହେବାକୁ ଭାରି ଇଚ୍ଛା ମୋର 

ବେଳ ନାହିଁ ଲେଖିବାକୁ।

ଧନୀ ହେବା ପାଇଁ ଅଭିଳାଷ ଅଛି

ଛାଡିବିନି ଆଳସ୍ୟକୁ

ମାନୀ ହେବାକୁ ମୋ ବଳିଅଛି ମନ

ମାନିଵିନି ନିୟମକୁ।

ମନ ଭାବନାରେ ଇଚ୍ଛା ମୁଁ କରୁଛି

  ତାଜମହଲ ଗଢ଼ିବାକୁ 

ଗଢ଼ି ମୁଁ ପାରୁନି ଚାଳଘର ଖଣ୍ଡେ

  ଦୋଷ ଦେବି ବା କାହାକୁ ?

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics