STORYMIRROR

Baikuntha meher

Classics

3  

Baikuntha meher

Classics

ମୋ ମାଆ

ମୋ ମାଆ

1 min
206


ପୁଅ ତା ମନ ପସନ୍ଦର

 ଜିନିଷ କିଣିବ ବୋଲି 

   ବାପାଙ୍କ ପକେଟରୁ

ପଇସା ଚୋରୀ କରୁଥିଵା 

   ଚୋରଣୀ ଟିଏ।

କାଳିଲଗା ,ଝାଳୁଆ ଦୁର୍ଗନ୍ଧ ଜାମାକୁ 

ସଫାକରିବାକୁ 

ଅନାଗ୍ରହ କରୁନଥିବା

 ଧୋବଣୀଟିଏ।

ଭୋକରେ ଥିଲେ ବି 'ଖାଇଲିଣି,

 'ଭୋକନାହିଁ 'ବୋଲି କହୁଥିଵା 

   ମିଥ୍ୟାଵାଦିନୀ ଟିଏ।

ସବୁବେଳେ 'ମୋ ପୁଅ ମୋ ଝିଅ'

'ମୋ ଘର ମୋ ସଂସାର' ବୋଲି 

 ଵିଳିଵିଳାଉ ଥିବା 

   ବାୟାଣୀ ଟିଏ ।

ବଂଶ, ଆଭିଜାତ୍ୟ ପରମ୍ପରାକୁ

 ମାନି ଚଳିବାକୁ ବାଧ୍ୟ ହେଉଥିବା 

   ଗୃହ ବନ୍ଦିନୀ ଟିଏ।

ପତି ସ୍ବର୍ଗ , ପତି ସୁଖ, ପତି ଗତି, 

ପତି ହିଁ ମୁକ୍ତି ବୋଲି ଦୃଢ ବିଶ୍ବାସକୁ

   ଜାବୁଡ଼ି ଧରି ଥିବା

 ଅର୍ଦ୍ଧାଙ୍ଗିନୀ, ଗୃହିଣୀ ଟିଏ।

   ବିନା ଦରମାରେ ଅବିଶ୍ରାନ୍ତ ଭାବରେ 

ସକାଳରୁ ସଞ୍ଜ ପାଇଟି କରୁଥିବା

   ଵିଶ୍ବସ୍ତ, ଚାକରାଣୀ ଟିଏ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics