STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

କହ୍ନେଇ ତୁମେ ସମସ୍ତଙ୍କର

କହ୍ନେଇ ତୁମେ ସମସ୍ତଙ୍କର

1 min
158

ହେ ଗୋବିନ୍ଦ ମୁକୁନ୍ଦ !!

ହେ ବେଣୁଧର କହ୍ନେଇ !!

ହେ ମୁରହା ମୁରାରି ମୁରବୈରୀ !!

ହେ ବ୍ରଜବିହାରୀ ବିନୋଦବିହାରୀ !


ତୁମେ ହେଲ ଦେବକୀନନ୍ଦନ,

ତୁମେ ହେଲ ବସୁଦେବନନ୍ଦନ,

ତୁମେ ହେଲ ଯଶୋଦାନନ୍ଦନ,

ତୁମେ ହେଲ ବ୍ରଜର ନନ୍ଦନନ୍ଦନ |୧|


ତୁମେ ହେଲ ଗୋପାଙ୍ଗନାଙ୍କର ନବ୍ୟ ନବନୀତଚୋର,

ତୁମେ ହେଲ ବ୍ରଜେଶ୍ବରୀଙ୍କର ଚିତ୍ତଚମତ୍କାରୀ ଚିତ୍ତଚୋର,

ତୁମେ ହେଲ ବ୍ରଜାଙ୍ଗନାଙ୍କର ରସିକ ଗୋପାଳ ବେଣୁଧର,

ନାଟୁଆ ନଟବର ହୋଇ ସ୍ୱୟଂ ହୋଇଛ ପ୍ରେମର ସାଗର |୨|


ତୁମେ ଆମ ପାଇଁ କ୍ଷୀରଚୋର,

ତୁମେ ଆମ ପାଇଁ ଆନନ୍ଦସାଗର,

ତୁମେ ହେଲ ଆମର ଜ୍ଞାନେଶ୍ବର,

ତୁମେ ହେଲ ଆମ ଚାରୁ ଚକ୍ରଧର|୩|


ତୁମେ ହେଲ ଶ୍ୟାମାଙ୍କର ଶୋଭନୀୟ ଶ୍ୟାମସୁନ୍ଦର,

ତୁମେ କୁଳଲକ୍ଷ୍ମୀ କୁଳବଧୁ ରୁକ୍ମିଣୀଙ୍କର ମୁରଲୀଧର,

ତୁମେ ସତୀ ସତ୍ୟଭାମା ଜାମ୍ବବତୀଙ୍କର ପୀତାମ୍ବର,

ତୁମେ ଗୋପିକା ମାନଙ୍କର ବ୍ରଜକିଶୋର ବଂଶୀଧର |୪|


ତୁମେ ଧନୁର୍ଦ୍ଧାରୀ ପାର୍ଥଙ୍କର ପାର୍ଥସାରଥୀ,

ତୁମେ ବଳରାମ ସୁଭଦ୍ରାଙ୍କର ସହୋଦର,

ତୁମେ ଗୁରୁ ସାନ୍ଦୀପନି ମୁନିଙ୍କର ଶିକ୍ଷାର୍ଥୀ,

ତୁମେ ଏହି ସଂସାର ପାଇଁ ଅତିମହାରଥୀ |୫|


ତୁମେ ଗୋକୁଳବାସୀଙ୍କର ଗୋକୁଳଚନ୍ଦ୍ର ଗୋବର୍ଦ୍ଧନ,

ତୁମେ ଉପାସିକା ମୀରାଙ୍କର ମନୋହର ମନମୋହନ,

ତୁମେ ସଖା ସୁଦାମା ଉଦ୍ଧବଙ୍କର ପ୍ରିୟତର ମଧୁସୂଦନ,

ତୁମେ ସକଳ ଆରାଧକଙ୍କ ହେତୁ ଶ୍ରୀଜଗନ୍ନାଥ ଜନାର୍ଦ୍ଦନ|୬|


ଗୀତାସାର ଦ୍ୱାରା ବ୍ରହ୍ମଜ୍ଞାନ ଅବଦାନ କରିଲ ଅପାର,

ବ୍ରଜ ବୃନ୍ଦାବନ ଯମୁନା ତଟର ହେଲ ତୁମେ ବ୍ରଜେଶ୍ବର,

ତୁମେ ଗୋକୁଳର ହେଲ ଶ୍ରୀରାଧାଗୋପାଳ ଗିରିଧର,

ତୁମେ ଆମର ଦ୍ରବଣ ଦ୍ରବିଣ ଦେବାଦିଦେବ ଦାମୋଦର |୭|


ହେ ଦେବେଶ ଶ୍ରୀକୃଷ୍ଣ !!

ହେ କଳା କାଳିଆ କହ୍ନେଇ!!

ଅଗଣନୀୟ ଅଜସ୍ର ଯେ ନାମଧେୟ ତୁମର!!

ଆଭାସ ହୁଏ ଯେ ଦୟାସାଗର ରୂପରେ ତୁମେ ସମସ୍ତଙ୍କର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract