Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

କହ୍ନେଇ ତୁମେ ସମସ୍ତଙ୍କର

କହ୍ନେଇ ତୁମେ ସମସ୍ତଙ୍କର

1 min
155


ହେ ଗୋବିନ୍ଦ ମୁକୁନ୍ଦ !!

ହେ ବେଣୁଧର କହ୍ନେଇ !!

ହେ ମୁରହା ମୁରାରି ମୁରବୈରୀ !!

ହେ ବ୍ରଜବିହାରୀ ବିନୋଦବିହାରୀ !


ତୁମେ ହେଲ ଦେବକୀନନ୍ଦନ,

ତୁମେ ହେଲ ବସୁଦେବନନ୍ଦନ,

ତୁମେ ହେଲ ଯଶୋଦାନନ୍ଦନ,

ତୁମେ ହେଲ ବ୍ରଜର ନନ୍ଦନନ୍ଦନ |୧|


ତୁମେ ହେଲ ଗୋପାଙ୍ଗନାଙ୍କର ନବ୍ୟ ନବନୀତଚୋର,

ତୁମେ ହେଲ ବ୍ରଜେଶ୍ବରୀଙ୍କର ଚିତ୍ତଚମତ୍କାରୀ ଚିତ୍ତଚୋର,

ତୁମେ ହେଲ ବ୍ରଜାଙ୍ଗନାଙ୍କର ରସିକ ଗୋପାଳ ବେଣୁଧର,

ନାଟୁଆ ନଟବର ହୋଇ ସ୍ୱୟଂ ହୋଇଛ ପ୍ରେମର ସାଗର |୨|


ତୁମେ ଆମ ପାଇଁ କ୍ଷୀରଚୋର,

ତୁମେ ଆମ ପାଇଁ ଆନନ୍ଦସାଗର,

ତୁମେ ହେଲ ଆମର ଜ୍ଞାନେଶ୍ବର,

ତୁମେ ହେଲ ଆମ ଚାରୁ ଚକ୍ରଧର|୩|


ତୁମେ ହେଲ ଶ୍ୟାମାଙ୍କର ଶୋଭନୀୟ ଶ୍ୟାମସୁନ୍ଦର,

ତୁମେ କୁଳଲକ୍ଷ୍ମୀ କୁଳବଧୁ ରୁକ୍ମିଣୀଙ୍କର ମୁରଲୀଧର,

ତୁମେ ସତୀ ସତ୍ୟଭାମା ଜାମ୍ବବତୀଙ୍କର ପୀତାମ୍ବର,

ତୁମେ ଗୋପିକା ମାନଙ୍କର ବ୍ରଜକିଶୋର ବଂଶୀଧର |୪|


ତୁମେ ଧନୁର୍ଦ୍ଧାରୀ ପାର୍ଥଙ୍କର ପାର୍ଥସାରଥୀ,

ତୁମେ ବଳରାମ ସୁଭଦ୍ରାଙ୍କର ସହୋଦର,

ତୁମେ ଗୁରୁ ସାନ୍ଦୀପନି ମୁନିଙ୍କର ଶିକ୍ଷାର୍ଥୀ,

ତୁମେ ଏହି ସଂସାର ପାଇଁ ଅତିମହାରଥୀ |୫|


ତୁମେ ଗୋକୁଳବାସୀଙ୍କର ଗୋକୁଳଚନ୍ଦ୍ର ଗୋବର୍ଦ୍ଧନ,

ତୁମେ ଉପାସିକା ମୀରାଙ୍କର ମନୋହର ମନମୋହନ,

ତୁମେ ସଖା ସୁଦାମା ଉଦ୍ଧବଙ୍କର ପ୍ରିୟତର ମଧୁସୂଦନ,

ତୁମେ ସକଳ ଆରାଧକଙ୍କ ହେତୁ ଶ୍ରୀଜଗନ୍ନାଥ ଜନାର୍ଦ୍ଦନ|୬|


ଗୀତାସାର ଦ୍ୱାରା ବ୍ରହ୍ମଜ୍ଞାନ ଅବଦାନ କରିଲ ଅପାର,

ବ୍ରଜ ବୃନ୍ଦାବନ ଯମୁନା ତଟର ହେଲ ତୁମେ ବ୍ରଜେଶ୍ବର,

ତୁମେ ଗୋକୁଳର ହେଲ ଶ୍ରୀରାଧାଗୋପାଳ ଗିରିଧର,

ତୁମେ ଆମର ଦ୍ରବଣ ଦ୍ରବିଣ ଦେବାଦିଦେବ ଦାମୋଦର |୭|


ହେ ଦେବେଶ ଶ୍ରୀକୃଷ୍ଣ !!

ହେ କଳା କାଳିଆ କହ୍ନେଇ!!

ଅଗଣନୀୟ ଅଜସ୍ର ଯେ ନାମଧେୟ ତୁମର!!

ଆଭାସ ହୁଏ ଯେ ଦୟାସାଗର ରୂପରେ ତୁମେ ସମସ୍ତଙ୍କର !!!


Rate this content
Log in

Similar oriya poem from Abstract