STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଆସୁଛି ରଙ୍ଗ ପର୍ବ

ଆସୁଛି ରଙ୍ଗ ପର୍ବ

1 min
314


ଫଗୁଣ ର ଫଗୁ ବୋଳା ଲଗନ

ବାଳାର୍କ କିରଣ ଶୀତ ପବନ,

ଫୁଲେ ଫୁଲେ ଭରା ରଙ୍ଗିଣୀ ରଙ୍ଗ

ସତେକି ଉଦ୍-ବେଳେ ରଙ୍ଗ ତରଙ୍ଗ,

ଗୋପ ଦିଶେ ସ୍ଵର୍ଗ ସମ, 

ବୃଷଭାନୁ ଜେମା ଅନିନ୍ଦ୍ୟ ସୁନ୍ଦରୀ

ମୋହିନିଏ କୃଷ୍ଣ ମନ ।


ଏ ରଙ୍ଗ ପରବ ସତ୍ୟ ଯୁଗର

ହୋଲି କା ଦହନେ ପାଳନ୍ତି ନର,

ତହୁଁ ରଙ୍ଗ ପର୍ବ ହେଲା ଆଦୃତ

ଦ୍ଵାପରେ ରାଧାକୃଷ୍ଣ ଙ୍କ ଚରିତ,

ଭାଇ ଭାଇ ବନ୍ଧୁ ଭାବ,

ସମାଜ ଗଠନ ବାର୍ତ୍ତା କୁ ବହନ

କରି ଆସେ ରଙ୍ଗ ପର୍ବ ।


ମୋହନ ମୂରଲୀ ବାଇ

କୃଷ୍ଣ ସଙ୍ଗେ ଗୋପଗୋଇ

ମଥୁରା ଦାଣ୍ଡରେ ରଙ୍ଗ ଖେଳୁଛନ୍ତି

ଗୋପରେ କଳା କହ୍ନେଇ,

ହାତେ ରଙ୍ଗ ପିଚକାରୀ

 ଆସ ଆସ ରାଈ ଗୋରୀ

 ପ୍ରେମ ରଙ୍ଗରେ ମୁଁ ରଙ୍ଗେଇ ଦେବି ଲୋ

 ମାରି ରଙ୍ଗ ପିଚକାରୀ ।


ତୋ ଚିବୁକ ରଙ୍ଗ ନାଲି

ଉଦେ-ରାଗ ନୁହେଁ ସରି

ସୁକୁମାରୀ ଗୋରୀ ରାଧିକା ସୁନ୍ଦରୀ 

ପ୍ରେମେମତ୍ତ ନରହରି,

ଗୋପ ବାଳ ଗୋପଗୋଈ

ବିଭୁ ପ୍ରେମେ ମତ୍ତ ହୋଇ

ଉନମନା ହୋଇ ଲଉଡି ଖେଳନ୍ତି

କୃଷ୍ଣ ନାମ ଗାଇ ଗାଇ ।


ଦୋଳ ପରବ ରେ ଦୋଳ ମେଳଣ

ଫଗୁ ରଙ୍ଗେ ନାଲି ଦିଶେ ଫଗୁଣ,

ଦୋଳ ବିମାନରେ ଝୁଲି ଝୁଲି କା

ବୁଲୁଛନ୍ତି କାହ୍ନା ସଙ୍ଗେ ରାଧିକା,

ରଙ୍ଗ ପର୍ବ ଅଭିଯାନ,

ସକଳ ଜୀବନ ତୋ ପଦେ ଶରଣ

ଘେନ ହେ ବିଶ୍ଵ ଜୀବନ ।


ମାନବ ଜାତିର ଅମୀୟ ପର୍ବ

ସଂହତି, ସଂସ୍କୃତି ଆମର ଗର୍ବ

ବେଶ ହୁଏ ରଙ୍ଗେ ବିଶ୍ଵ ଜନନୀ

ଫୁଲରେ ସଜାଇ ହୁଏ ଧରଣୀ

ଅପାର ଆନନ୍ଦ ବୁଣି

ବସନ୍ତ ବିଳାସେ ରଙ୍ଗ ରୋଷଣୀରେ

ବିଜେ କୃଷ୍ଣ ରାଧାରାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics