Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Classics

4.5  

DHARITRI SAHU

Classics

ମୋ ଭାଷା,ମୋ ରାଜ୍ୟ"

ମୋ ଭାଷା,ମୋ ରାଜ୍ୟ"

1 min
882


ଉତ୍କଳ ରାଜ୍ୟେ ଜନମ ମୋର

ଓଡ଼ିଶା ମୋର ଜନମ ଭୁଇଁ,

ଓଡ଼ିଆ ଅଟେ ମାତୃଭାଷା ମୋ

ସବୁଠୁ ମିଠା ମୋତେ ଲାଗଇ।


ଏଇ ମାଟିରେ ଜନମ ନେଲେ

କେତେ ଯେ କବି କେତେ ଲେଖକ,

ଅମ୍ଳାନ ତାଙ୍କ କୃତି ଓ କୀର୍ତ୍ତି

ପ୍ରତିଭା ହୁଏ ବିଶ୍ଵେ ପ୍ରସିଦ୍ଧ।


 ପଞ୍ଚ ସଖାଏ ଜନମି ରାଜ୍ୟେ

 ଭାଷା କୁ ଦେଲେ ଜୀବନ ନ୍ୟାସ,

 ରାଧାନାଥ ଓ ମଧୁସୂଦନ

 ଫକିରମୋହନ କରିଲେ ଶ୍ରେଷ୍ଠ।


 ସାମନ୍ତ ସିଂହାର,ଉପେନ୍ଦ୍ର ଭଞ୍ଜ

 ଗୋପବନ୍ଧୁ ଓ ଗୋପାଳ କୃଷ୍ଣ,

 ଭୀମ ଭୋଇ ଅବା ମାନସିଂହ

 ସାଥେ ଆଣିଲେ ସେ ଦୀନ କୃଷ୍ଣ।


 କୁନ୍ତଳା କୁମାରୀ, ଗୋଦାବରୀଶ

 ମାଧବୀ ଦାସ,ସେ ଗଙ୍ଗାଧର 

 ଗୋପାଳ ଚନ୍ଦ୍ର ପ୍ରହରାଜ ଯେ

 ସୁରେନ୍ଦ୍ର ମହାନ୍ତି, ନନ୍ଦକିଶୋର।


 ବିଭୁତି ପଟ୍ଟ ,ନାୟକ ଲେଖା

 ନୁଆ ଦିଗନ୍ତ ଦେଖାଇଦେଲା,

 ମହତ୍ତାବ ଙ୍କୁ ବୈଷ୍ଣବ ପାଣି

 କାନ୍ତ କବି ଲେଖା ପ୍ରସିଦ୍ଧ ହେଲା।


 କାହ୍ନୁଚରଣ, ରାଧା ମୋହନ

 ଗୋପୀନାଥ,ସଚି ରାଉତରାୟ,

 ମହାପାତ୍ର ନୀଳମଣି ସାହୁ

 ରସିକ ଗୋପାଳ ଛୋଟରାୟ।


 ଯଦୁନାଥ ଦାସ ମହାପାତ୍ର ଯେ

 ସାତକଡି ଓ ଫତୁରାନନ୍ଦ,

 ମନୋଜ ଦାସ,ପ୍ରତିଭା ରାୟ

 ସୃଷ୍ଟି କଲେ ଏଠି ଭାଷା ବିପ୍ଳବ।


 ଓଡ଼ିଆ ଭାଷା ଏତେ ସମୃଦ୍ଧ

 ପଡ଼ିଛି ଯିଏ ଯାଣିଛି ସିଏ,

 ଭଲପାଇ ଥରେ ପଢ଼ି ଶିଖିଲେ

 ଅମୃତର ସ୍ଵାଦ ପାଇଥାଏ।


 ଆସରେ ଆସ ଭାଇ ଭଉଣୀ

 ଭାଷାର ନିନ୍ଦା ସହିବା ନାହିଁ,

 ଆମ ଓଡ଼ିଶା ଜଗତ ନାଥ

 ସାଥିରେ ଆମ ଅଛନ୍ତି ରହି।


Rate this content
Log in