STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମୁଁ କ'ଣ ଏତେ ଖରାପ

ମୁଁ କ'ଣ ଏତେ ଖରାପ

1 min
405


ଆର୍ତ୍ତ ମୁଁ ଅର୍ଥାର୍ଥୀ ଭକତି ବିଶ୍ୱାସେ

ଅନୁସରେ ଧର୍ମ ସତ୍ୟ

ଧାରଣାରେ ମୋର ପତିତପାବନ

ତୁମେ ଏକା ଜଗନ୍ନାଥ ।


ନୀତି ଶାସ୍ତ୍ର ବେଦ ପୁରାଣ ସାହିତ୍ୟ

ଜିଜ୍ଞାସୁ ବିଜ୍ଞାନ ଜ୍ଞାନ

ତୁମେ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ

ନୀଳଚକ୍ର ସୁଦର୍ଶନ ।


ତ୍ରିଗୁଣ ସ୍ୱଭାବ ଭକ୍ତ ଅକିଞ୍ଚନ

ତୁମ ହାତେ ଭାବଡୋରି

ଭଗବାନ ତୁମେ ରାମ କୃଷ୍ଣ କଳ୍କୀ

ଲୀଳାମୟ ଅବତାରୀ ।


ତୁମ ବଡ଼ଦାଣ୍ଡ ଏ ବିଶ୍ୱବ୍ରହ୍ମାଣ୍ଡ

ମାତ୍ର ମୁଁ ଧୂଳିକଣ

ହର ପାପତାପ ଗରବଗଞ୍ଜନ

ଦୂରିତ କର ଖଣ୍ଡନ ।


ମିଳୁ ସଦଗତି ସରଗଦୁଆରେ

କୈବଲ୍ୟରୁ କଣିକାଏ

ମୁଁ ମହା ଆରତ ପାଦପଦ୍ମେ ତବ

ଧ୍ୟାଉଅଛି ଏକଲୟେ ।


ଜୀବନ ଜଞ୍ଜାଳେ ନିଷ୍ପଷିତ ହେବି

ମୁଁ କ'ଣ ଏତେ ଖରାପ

ଭକତ ଅନାଥ କରେ ନିବେଦନ

ପ୍ରକଟ ଦିବ୍ୟ ସ୍ୱରୂପ ।

   


साहित्याला गुण द्या
लॉग इन

Similar oriya poem from Classics