Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Others

4  

Bidyadhar Mantry

Classics Others

ରଥ ଖଳାରେ ଗୋଷ୍ଠୀ ସେବା

ରଥ ଖଳାରେ ଗୋଷ୍ଠୀ ସେବା

1 min
11



ଏ ସଂସାର ରଥ ଯା' ଦ୍ଵାରା ନିର୍ମାଣ

ତା' ରଥ ନିର୍ମାଣ ବେଳେ

ନିର୍ମାଣର ପ୍ରତି ସମୟରେ ଧାର୍ଯ୍ୟ 

ଆଜ୍ଞା ମାଳ ପ୍ରାପ୍ତି ବଳେ

ଶ୍ରୀନଅର ସମ୍ମୁଖରେ ବିରାଜିତା 

ଦେବୀ ଚର୍ଚ୍ଚିକା ଆରାଧ୍ୟ

ରଥ ନିର୍ମାଣର ଇଷ୍ଟ ଦେବୀ ରୂପେ

ରଥ ଖଳାରେ ପ୍ରସିଦ୍ଧ 

ରଥ ଖଳା ନାମେ ଅତି ପରିଚିତ

ତିନି ରଥର ପ୍ରସ୍ତୁତି

ପ୍ରତି ବର୍ଷ ରଥ ଯାତ୍ରା ଉଦ୍ୟେଶ୍ୟରେ

ନିର୍ମାଣ ହୁଏ ସମ୍ପ୍ରତି


ଶ୍ରୀପଞ୍ଚମୀ ତିଥି ଠାରୁ କାର୍ଯ୍ୟାରମ୍ଭ

ବିଧି ବିଧାନ ସହିତ

ଶ୍ରୀରାମ ନବମୀ ଦିନ କାଠ ଚିରା 

ଯାହା ଅଛି ନିର୍ଦ୍ଧାରିତ

ଅକ୍ଷୟ ତୃତୀୟା ତିଥିରେ ଅବଶ୍ୟ

ଶୁଭାରମ୍ଭ ରଥ କାର୍ଯ୍ୟ

ନୃସିଂହ ଚତୁର୍ଦ୍ଦଶୀ ପୁଣ୍ୟ ତିଥିରେ

ଅନୁକୂଳ ହୁଏ ଗୁଜ 

ଚନ୍ଦନ ଯାତ ର ଭଉଁରୀ ଦିବସେ

ଡେରା ଯାଏ ରଥ ଚକ 

ଦେବ ସ୍ନାନ ପୂର୍ଣ୍ଣିମାରେ ଯଥା ବିଧି

ଡେରା ସେ ଚାରି ନାହାକ


ଶିଳ୍ପ ଶାସ୍ତ୍ର ମାନ୍ୟତା ରେ ସେବକଙ୍କ

ନିଯୁକ୍ତି ରଥ ନିର୍ମାଣେ 

ଆଠ ପ୍ରକାର ସେବକ ନିୟୋଜିତ

ସଂପୂର୍ଣ୍ଣ ବିଧି ବିଧାନେ 

ମାପକ ଯନ୍ତ୍ର ବିନା ପ୍ରତ୍ୟେକ ମାପ 

ହୁଏ ହାତ ଆଙ୍ଗୁଳିରେ

ସେବାୟତଙ୍କ ପୁର୍ବଜଙ୍କ ଦ୍ଵାରା ତଥ୍ୟ

ଥିବା ନଥି ସୁତ୍ର ଧାରେ

ବିଶ୍ଵକର୍ମା,ଓଝା, ତାମରା ,ବିଶୋଇ

ରୂପକାର ,ଚିତ୍ରକର

ଦରଜୀ,ଭୋଇ,କରତିଆ ସହିତ

ସେବକ ଆଠ ପ୍ରକାର

ଶ୍ରୀଗୁଣ୍ଡିଚା ପୂର୍ବ ଦିନ ସିଂହଦ୍ଵାରେ

ସାଜ ସଜ୍ଜା ହୁଏ ରଥ

ସେବକ ମାନଙ୍କ ପ୍ରଚ୍ଛନ୍ନ ଭୂମିକା

ରଥ ନିର୍ମାଣେ ନିହିତ

ସେବକ ମାନଙ୍କ ପୂର୍ଣ୍ଣ ସହଯୋଗ

ଗୋଷ୍ଠୀ ସେବା ଭାବେ ମାନ୍ୟ

ସିଂହଦ୍ଵାର ରୁ ଗୁଣ୍ଡିଚା ପୁଣି ବାହୁଡା଼

କର୍ତ୍ତବ୍ୟରେ ଥାନ୍ତି ମଗ୍ନ


ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ

ଅଚିରେ କରଇ ଭକ୍ତ

ଧନ୍ୟ ମହାପ୍ରଭୁ ରଥର ମହିମା

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ ର ରହସ୍ୟ

ଜୀବନ ସହ ଜଡ଼ିତ

ଜୀବନ ରୂପକ ରଥ ଯାତ୍ରା ପଥେ

ଶେଷ ପଥ ଜଗନ୍ନାଥ ।।


Rate this content
Log in

Similar oriya poem from Classics