ବନ୍ଧୁତା
ବନ୍ଧୁତା
ତିନୋଟି ଅକ୍ଷର ବନ୍ଧୁତା ଅଟଇ
ତିନି ଭୁବନରେ ଶ୍ରେଷ୍ଠ
ଏହାକୁ ବଞ୍ଚାଇ ରଖିବା ଜୀବନେ
ଆସୁ ଯେତେ ଦୁଃଖ କଷ୍ଟ।
ଜୀବନ ଭିତରେ କେତେ ବନ୍ଧୁଙ୍କର
ସହିତ ହୁଏ ବନ୍ଧୁତା
ପିଲାଦିନ ବନ୍ଧୁ ସବୁଠାରୁ ବଡ଼
ସ୍ନେହ ପ୍ରେମ ଯେ ନିରୂତା।
ପିଲା ବେଳେ ସାଙ୍ଗ ସାଥୀ ପାଠ ପଢା
ରାଗ ଋଷା ଅଭିମାନ
କଟି ପକା ପକି ପୁଣି ଫିଟାଫିଟି
ଅବିସ୍ମରଣୀୟ ଦିନ।
ନିଷ୍କପଟ ଭାବ ସରଳ ସ୍ବଭାବ
ନିଃସ୍ଵାର୍ଥପର ପଣରେ
ବନ୍ଧୁତା ଅଟଇ ଅତୁଟ ବନ୍ଧନ
ରହେ ସବୁ ସମୟରେ।
ଶ୍ରୀକୃଷ୍ଣ ସୁଦାମା ଗୁରୁ ଆଶ୍ରମରେ
ସାଙ୍ଗ ହୋଇ ପଢୁଥିଲେ
ଇତିହାସ ହୋଇ ରହିଲା ବନ୍ଧୁତା
ସମସ୍ତେ ମନେ ରଖିଲେ।
ବନ୍ଧୁତା ଦେଖେନି ଧନୀ କି ଗରିବ
ଉଚ୍ଚ ନୀଚ ଭେଦଭାବ
ପରସ୍ପର ମଧ୍ୟେ ସ୍ନେହ ଶ୍ରଦ୍ଧା ପ୍ରେମ
ମମତାଯେ ରହିଥିବ।
ବନ୍ଧୁର ବନ୍ଧୁତା ଜଣା ପଡ଼ିଯାଏ
ଆସିଲା ବେଳେ ବିପଦ
ପାଖରେ ପହଞ୍ଚି ମଧୁର କଥାରେ
ମନୁ ହରାଏ ବିଷାଦ।
ଦୂରରୁ ଦେଖିଲେ ଅମୀୟ ମଧୁର
ହସ ଉଚ୍ଛୁଳି ଆସଇ
ପରିବାରରେ ଯାହା କହି ହୁଏନା
ବନ୍ଧୁଙ୍କୁ କହି ହୁଅଇ।
ମନ ସହ ମନ ମିଶି ଯାଏଯେବେ
ବନ୍ଧୁତା ଚୀର ଶାଶ୍ଵତ
ଅତୁଟ ସମ୍ପର୍କ ରହେ ସବୁଦିନ
ବନ୍ଧୁତ୍ୱ ଟି ମଜଭୁତ।