STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ଦେଖ ଆଉ ଶିଖ

ଦେଖ ଆଉ ଶିଖ

1 min
18


ଦେଖରେ ପିଲାଏ ସକାଳୁ ସକାଳୁ

     କାଉ ଟି ବୋବାଉ ଅଛି 

ଉଠ ଉଠ ପିଲେ ସକାଳ ହେଲାଣି

     ଡାକି କରି କହୁଅଛି।

କାକ ଠାରୁ ଶିଖ ସକାଳୁ ଉଠିବା

    ସକାଳ ସ୍ନାନ କରିବା

ପରିବେଶକୁ ପରିଷ୍କାର ରଖିବା 

    ତାହା ଠାରୁ ଯେ ଶିଖିବା।

ପ୍ରଭୁଭକ୍ତ ଗୁଣ ଶିଖ ଶ୍ୱାନ ଠାରୁ

    ଗଭୀର ନିଦ୍ରାକୁ ଛାଡ

ବଗ ଠାରୁ ଶିଖ ଏକ ମନ ଧ୍ୟାନ

    ଦେଇ କରି ପାଠ ପଢ଼।

କୋଇଲିଠୁ ଶିଖ ସୁମଧୁର ବାକ୍ୟ

    ସମସ୍ତେ ପାଇବେ ଭଲ

 ଦୁବ ଘାସ ଠାରୁ ବିନୟତା ଶିଖ 

    ବୁଝ ସମୟର ମୂଲ୍ୟ।

 ସହନଶିଳତା ତ୍ୟାଗ ଆଦର୍ଶ ଓ 

    ବଳିଦାନ ଦେବା ଗୁଣ

ବସୁମତୀ ଠାରୁ ଶିଖିବ ପିଲାଏ

    ଜୀବନ ହୋଇବ ଧନ୍ୟ।

ଦିନ ରାତି ପରିଶ୍ରମ କରିଥାଏ 

    ଆଳସ୍ୟ ରୁ ଦୂରେ ରହେ 

ସଞ୍ଚୟ କରିବା ମହୁମାଛି ଠାରୁ 

     ଶିଖିବ ତୁମେ ପିଲାଏ ।

ନିଜ ଲକ୍ଷ୍ୟ ନେଇ ଆଗେଇ ଚାଲିବା 

    ଶିଖିବ ତଟିନୀ ଠାରୁ 

ଚଲାପଥ ହେଲେ ଯେତେ କଣ୍ଟକିତ 

    ହୋଇବନି କେବେ ଭୀରୁ ।

ମହାପୁରୁଷଙ୍କ ଜୀବନୀକୁ ପଢ଼ି 

    ତ୍ୟାଗ ବଳିଦାନ ଶିଖ 

ମରି ମଧ୍ଯ ସିଏ ଅମର ଅଛନ୍ତି 

    ପୁଜା ପାଉଛନ୍ତି ଦେଖ।

ପାଶ୍ଚାତ୍ୟ ସଭ୍ୟତା ଦେଖିକରି ପିଲେ 

    କେବେ ବି ଶିଖିବ ନାହିଁ 

ଆମ ସଂସ୍କୃତି ଓ ପରମ୍ପରା ସବୁ 

   ମନୁ ଭୂଲି ଯିବ ନାହିଁ।

 ମାଆ, ମାଟି, ମାତୃଭୂମି , ମାତୃଭାଷା 

     କେବେ ଭୂଲି ଯିବ ନାହିଁ 

ସମ୍ମାନ ତାହାକୁ ଦେଉଥିବ ଯଦି 

    ହୋଇବ ବିଶ୍ଵ ବିଜୟୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍