Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Others

4  

Pratima Satpathy

Others

ଗ୍ରୀଷ୍ମ ଆଗମନ

ଗ୍ରୀଷ୍ମ ଆଗମନ

1 min
5



ବସନ୍ତ ଶେଷରେ ଆସିଲା ନିଦାଘ 

   ପ୍ରଚଣ୍ଡ ସୂର୍ଯ୍ୟ କୀରଣ 

ଘରୁ ବାହାରକୁ ବାହାରି ହେଉନି 

   ଝାଳ ବହେ ଘନ ଘନ।

ନଦୀ ନାଳ ପୁଷ୍କରିଣୀ ଶୁଖି ଯାଏ 

   ଗଛରେ ଶୁଖିଲା ପତ୍ର 

ଛାଇ ଟିକେ ମିଳେ ନାହିଁ ରାସ୍ତା କଡେ 

   ବାଟୋଇଟି ହନ୍ତସନ୍ତ।

 ପୃଥିବୀ ପୃଷ୍ଠରେ ଜଳସ୍ତର ହ୍ରାସ 

    ପାଣି ଟୋପେ ମିଳୁ ନାହିଁ 

ପଶୁ ପକ୍ଷୀ ମାନେ ହତାଶ ହୁଅନ୍ତି 

    କ୍ଷେତ ଯେ ଟାଙ୍ଗରା ଭୂଇଁ ।

ବର୍ଷାର ଅଭାବେ ଚାତକ ପକ୍ଷୀଟି 

    ନୟନୁ ଝରାଏ ନୀର 

ଅଂଶୁଘାତ ପାଇଁ ସତର୍କ ସୂଚନା 

    ଜାରି କଲେ ସରକାର।

ଜଳିଯାଏ ଦେହ ଝାଞ୍ଜି ପବନରେ 

   ହୁଅଇ ବିଦ୍ୟୁତ୍ କାଟ 

ଖରାବେଳେ ଘରେ ଶୋଇ ହେଉ ନାହିଁ 

    ଲୋକ ମାନେ ଛଟପଟ।

ଗାଆଁ ମୁଣ୍ଡେ ଆଉ ନାହିଁ ବରଗଛ 

   ଛାଇରେ ବସିବେ ଯାଇ 

ଗାଆଁ ସବୁ ଏବେ ସହର ପରିକା 

   ଧୁଳି ମାଟି ଆଉ ନାହିଁ।

ନାହିଁ ଚାଳଘର କୋଠା ଘର ସବୁ 

   ମୁଣ୍ଡ ଟେକି ଚାହିଁ ଅଛି 

ରାସ୍ତା କଡ ଗଛ କଟା ହୋଇ ଯାଇ 

     ରାସ୍ତା ଓସାର ହେଉଛି ।

ଗଛ ନାହିଁ ବୋଲି ବର୍ଷା ହେଉ ନାହିଁ 

   ମିଳୁ ନାହିଁ ଟିକେ ଛାଇ 

ଆସ ସର୍ବେ ମିଳି ଲଗାଇବା ଗଛ 

   ଯନ୍ତ୍ରଣା ଭୋଗିବା ନାହିଁ।


Rate this content
Log in