STORYMIRROR

Pratima Satpathy

Abstract

4  

Pratima Satpathy

Abstract

ନିଦାଘରେ ପୃଥିବୀର ଦୁଃଖ

ନିଦାଘରେ ପୃଥିବୀର ଦୁଃଖ

1 min
9


ପ୍ରଚଣ୍ଡ ରୌଦ୍ରତାପରେ ଯେ ଧରଣୀ 

    ମାତା ଝରାଉଚି ଲୁହ 

ସହି ପାରୁନାହିଁ ଉତ୍ତାପ ର ଜ୍ଵାଳା 

    ଜଳି ପୋଡ଼ି ଯାଏ ଦେହ।

ହୃଦୟ ତାହାର ଯାଉଅଛି ଫାଟି 

    କାହାକୁ କହିବ ସିଏ 

ବିଦ୍ୱାନ ମନୁଷ୍ୟ ଜ୍ଞାନ ହୀନ ହୋଇ 

    ଗଛ ସବୁ କାଟି ଦିଏ।

ବିକାଶ ନାମରେ ବିନାଶ କରୁଛି 

    ମୋ ସବୁଜ ପରିବେଶ 

ରାଗରେ ଅସ୍ଥିର ହୋଇ ସୂର୍ଯ୍ୟ ଦେବ 

    ଦେଉଛନ୍ତି ମୋତେ ତ୍ରାସ।

ସର୍ବ ସଂହା ମୁହିଁ ସବୁ ସହିଯାଏ 

    ଫିଟାଇ ପାରେନି ପାଟି 

ଦୁଃଖ କଷ୍ଟ ସବୁ ସହ୍ୟ କରିବାର 

    ରହିଅଛି ମୋର ଶକ୍ତି।

ସହିବାର ସୀମା ସରହ୍ରଦ ପାର 

    ହୋଇଗଲାଣି ମୋହର 

ଏବେ ସତର୍କତା ନ ହେଲେ ମନୁଷ୍ୟ 

    ଧ୍ଵଂସ ହେବା ଅଟେ ସାର।

ସବୁଜ ଶ୍ୟାମଳ ବଣ ଓ ଜଙ୍ଗଲ 

    ସୃଷ୍ଟି ନ କରିବ ଯେବେ 

ଆପଣା ହସ୍ତରେ ଜିହ୍ୱାକୁ ଚ୍ଛେଦନ 

    ନିଶ୍ଚୟ କରିବ ଭବେ 

ଗଛ ମୋ ଜୀବନ ଗଛ ମୋର ପ୍ରାଣ 

     ଗଛ ଥିଲେ ହସେ ମୁହିଁ 

ମୋ ହସରେ ହସେ ଏ ସାରା ସଂସାର 

     ଶାନ୍ତିରେ ନିଶ୍ୱାସ ନେଇ।

ଗଛ ସୃଷ୍ଟି କର ମାନବ ସମାଜ

    ନିଦାଘ ପଳାଇ ଯିବ 

ସୂର୍ଯାଙ୍କ କିରଣ ହ୍ରାସ ପାଇ ଯିବ 

    ଶାନ୍ତିରେ ନିଃଶ୍ୱାସ ନେବ ।


Rate this content
Log in

Similar oriya poem from Abstract