STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ଖରା ଛୁଟି

ଖରା ଛୁଟି

1 min
9


ପରୀକ୍ଷା ସରିଲେ ସ୍କୁଲ ମାନଙ୍କରେ 

    ହୋଇଯାଏ ଖରା ଛୁଟି 

ପିଲା ମାନଙ୍କର ହୁଏ ମନ ଖୁସି 

     ପଢ଼ାରୁ ମିଳଇ ମୁକ୍ତି।


ଟିଉସନ୍ ଆଉ ହୋମ ୱାର୍କ ପାଇଁ 

    ମନରେ ନ ଥାଏ ଭୟ 

ବାପା ମାଆଙ୍କର ହୁକୁମ ନ ଥାଏ 

    ପାଠରେ ମନ ଲଗାଅ।


ପଞ୍ଜୁରୀରୁ ମୁକ୍ତ ହୋଇ ପକ୍ଷୀ ଯେହ୍ନେ 

     ଆନନ୍ଦେ ଉଡ଼େ ଆକାଶେ 

ପିଲା ମାନଙ୍କର ଆନନ୍ଦ ବଢ଼ଇ 

    ଖରା ଛୁଟି ଯେବେ ଆସେ।


ରାଜୁର ମନରେ ବହୁତ୍ ଆନନ୍ଦ 

     ଆସିଗଲେ ଖରା ଛୁଟି 

ଆମ୍ବ ତୋଟା ରେ ସାଙ୍ଗ ସାଥି ସମସ୍ତେ 

     ହୋଇବେ ଆସି ଏକାଠି।


ଟେକା ପକାଇ ସେ ଆମ୍ବକୁ ଗଛରୁ 

     ତଳକୁ ଦେବେ ପକାଇ 

କିଏ କେତେ ଆମ୍ବ ଝଡାଇ ଅଛନ୍ତି 

     ଗଣନା କରିବେ ତହିଁ।


ଗଛରେ ଚଢି କେ ପାଚିଲା ଆମ୍ବ କୁ 

    ତୋଳି କରି ଯେ ଆଣିବ 

ସାଙ୍ଗ ସାଥି ହୋଇ ଖାଇବେ ସମସ୍ତେ 

     ମନରେ ଦ୍ୱିଧା ନ ଥିବ।


ନଇ ପହଁରାର ମଜା ଆସିଯିବ 

    ହୋଇଥିବ ଖରା ଦିନ 

ମାମୁଁ ଘର ବୁଲା ବୁଲି କରି ଯିବ 

    ମନ ତାହାର ଉଚ୍ଛନ୍ନ।


କବାଡି, ବାଗୁଡ଼ି କ୍ରିକେଟ ଖେଳିବେ 

     ଗାଆଁ ମୁଣ୍ଡ ପଡିଆରେ 

ଖରା ଛୁଟି ବୋଲି ଗୁରୁଜନ ମାନେ 

    କିଛି କହିବେନି ଘରେ।


ବର୍ଷକ ଭିତରେ ବଡ ଛୁଟି ବୋଲି 

     ସମସ୍ତଙ୍କ ମନ ଖୁସି 

ଛୁଟିରେ ବୁଲିବା, ଖେଳିବା ର ମଜା 

     ସବୁଠାରୁ ଥାଏ ବେଶୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍