ଜାଗରଣ ପର୍ବ ହୋଲି
ଜାଗରଣ ପର୍ବ ହୋଲି
ଆସିଛି ଫଗୁଣ ହୋଲିର ଶ୍ରାବଣ
ଵରଷୁଛି ରଙ୍ଗ ଭରି
ରଙ୍ଗ ନାଲି ନେଳୀ ହଳଦୀ ଗୋଲାପି
ଗଗନ ପବନେ ଧରି।
ମହକି ଉଠୁଛି ବଉଳର ଵାସ
ମଳୟର ତାନେ ତାନେ
କୋକିଳର ସ୍ଵର ଶୁଭୁଅଛି ଭରି
ଲତା କୁଞ୍ଜ ଆମ୍ଵ ବନେ।
ମୁଖରିତ ହୁଏ ପୁର ପଲ୍ଲୀ ଆଜି
ଜାଗରଣ ପର୍ବ ହୋଲି
ଫିକା ଫିକା ଥିଲା କାଲି ସଵୁ ରୂପ
ଆଜିତ ସଵୁ ରଙ୍ଗୋଲୀ।
ମାନ ଅଭିମାନ ଭୁଲି ଯାଇ ସବୁ
ହୋଲି ରେ ଯାଆନ୍ତି ମାତି
ନଥାଏ ପାତର ଅନ୍ତର ମନରେ
ମନ ରଙ୍ଗ ଭରା ପ୍ରିତି।
ରଙ୍ଗ ଏଠି ସିନା ଛାଡିଯିବ ହେଳେ
ଫଗୁଣଟା ଗଲେ ଚାଲି
ପ୍ରତି ଫଗୁଣରେ ସମ୍ପର୍କ ସୁଅରେ
ଖେଳୁଥିବା ଆମେ ହୋଲି।
ଭୁଲିବାନି କେଵେ ରଙ୍ଗର ପର୍ବକୁ
ସମ୍ପର୍କକୁ ଦେଇ କାଟି
ଵରଷକେ ଥରେ ସାତ ରଙ୍ଗ ଧରି
ରଙ୍ଗେଇବା ଏହି ମାଟି।
