STORYMIRROR

CHINMAYEE PRADHAN

Abstract Classics Inspirational

4  

CHINMAYEE PRADHAN

Abstract Classics Inspirational

ନାରୀ ବନ୍ଧା ସବୁ ନିୟମରେ

ନାରୀ ବନ୍ଧା ସବୁ ନିୟମରେ

1 min
1.2K

ସବୁ ନିୟମ ତ ନାରୀ ପାଇଁ

ନାରୀ ବନ୍ଧା ସବୁ ନିୟମରେ, 

କାଲି ବି ଥିଲା ସେ ଆଜି ବି ଅଛି 

ଦବି ପୁରୁଷ ତିଆରି କାନୁନରେ ।


ବାଲ୍ୟ ବିବାହଠାରୁ ସତୀପ୍ରଥା 

ବିଧବାର ପିନ୍ଧା ଧଳା ଲୁଗା, 

ହବିଷ୍ୟ ପାଳନର କଥା 

ନାରୀ ହିଁ ସବୁ ନିୟମରେ ବନ୍ଧା ।


ମେଣ୍ଟାଇବାକୁ ତାରଘୃଣ୍ୟଲାଳସା

ନାରୀ ଦେହ ଉପଭୋଗ କରି, 

ସମାଜ ଆଗରେ ସଜାଏ ତାକୁ 

ବେଶ୍ୟାର ଆଖ୍ୟା ଦେଇ କରି। 


ନାହିଁ ତାର କିଛି ଅଧିକାର 

ମନ୍ଦିରରେ ବେଦ ପଢିବାର, 

ନାହିଁ ତାର କିଛି ଅଧିକାର 

ମସଜିଦ୍ରେ ନମାଜ୍ ପଢିବାର। 


କିଏ ସେହି ଧର୍ମଗୁରୁ 

ବନେଇଛି ନିୟମ କାନୁନ, 

ନାରୀ ଓଷା କରୁ ବ୍ରତ କରୁ 

ଉପବାସ ରହି ତାର ସେବାକରୁ।


କାହିଁ ନାହିଁ ତାର ଅଧିକାର 

ଜୋରରେ ଚାଲିବାରଦୌଡିବାର

କାହିଁ ନାହିଁ ତାର ଅଧିକାର 

ଉଚ୍ଚସ୍ବରେ କଥାକହି ଖିଲିଖିଲି ହସିବାର। 


ସେ ହିଁ ପିନ୍ଧିବ ମଥାରେ ସିନ୍ଦୁର 

ସେ ହିଁ ପିନ୍ଧିବ ହାତରେ ଚୁଡି, 

ସେ ହିଁ ପିନ୍ଧିବ ପାଦରେ ପାଉଁଜି 

ମଥା ତାର ଓଢଣୀରେଢାଙ୍କିକରି। 


ଆଜିର ଯୁଗର ତୁମେ ନାରୀ 

ସାଜ ନାହିଁ ପତିବ୍ରତା ସୀତା ପରି 

ଦେବାକୁ ପଡିବ ତୁମକୁ ଅଗ୍ନିରେ ଝାସ

ସତୀତ୍ବର ପରୀକ୍ଷା ଦେବାକୁ ପୁଣି। 


ଡର ନାହିଁ ଆଉ ତୁମେ ନାରୀ 

 ଆଗକୁ ଯାଅ ତୁମେ ମାଡି, 

ରାସ୍ତାରେ ବିଛା ହେଇଥିବା 

କଣ୍ଟା ସବୁକୁ ଦେଇ ଫୋପାଡି। 


ଭାଂଗି ପୁରୁଷ ତିଆରି ନିୟମକୁ 

ପହଞ୍ଚିବାକୁ ହେବ ତୁମକୁ, 

ଲକ୍ଷ୍ୟ ପଥରେ ଏଡ଼ାଇ ଦେଇ 

ଯେତେ ସବୁ ବାଧା ବିଘ୍ନକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract