Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Abstract Classics

4  

Jayashree Das

Abstract Classics

ପୂଜାଫୁଲ

ପୂଜାଫୁଲ

1 min
500



ଉଷା ଆଗମନେ ପବିତ୍ର ଓଁକାରେ,

   ତପନ କିରଣେ ଦେହକୁ ଧୋଇ

ଆସିଥାଅ ତୁମେ ନିଷ୍ପାପ ସୁମନ,

   ଦେବତା ଗଳାରେ ଝୁଲିବା ପାଇଁ l


ମଙ୍ଗଳ ବରଣେ କମ୍ବୁ ନିନାଦିତ,

   ଘଣ୍ଟ ଘଣ୍ଟା ଧ୍ୱନି ଶବଦ ମଧ୍ୟେ

ଚାରୁମୟୀ ତୁମେ ସ୍ୱର୍ଗୀୟ ସୁଷମା,

   ଦିବ୍ୟ ଆଭା ପରା ବିଧୂକୁ ନିନ୍ଦେ l


ପ୍ରାଚୀ ଦିଗବଳୟ ଲୋହିତ ଆଭାରେ,

   ତନୁରେ ତୁମର ଚମକ ଖେଳେ

କେତେ ଆଶା ନେଇ ରୁପସୀ କଳିକା,

   ପ୍ରସ୍ଫୁଟିତ ହୁଅ ସୁନ୍ଦରୀ ଫୁଲେ l


ସୌନ୍ଦର୍ଯ୍ୟ ପିପାସୁ ଦିବାକର ଆଖି,

   ପ୍ରତି ପାଖୁଡ଼ାରେ ଦିଏ ଚୁମ୍ବନ

ଅମୃତମୟ ସମର୍ପଣ ତୁମ,

   ପ୍ରଭୂ ପାଦତଳେ ଲୋଟଇ ମନ l


ଅୟୁତ ଯୁଗର କାମନା ତୁମର,

   ପ୍ରଭୂ ଅଙ୍ଗସଙ୍ଗ ହୃଦୟେ ଧ୍ୟାୟୀ

ଶରୀରକୁ ତୁମ ଛୁଅଁଇ ଭ୍ରମର,

   ଆତ୍ମାକିନ୍ତୁ ଦେବ ପୂଜା ଲୋଡ଼ଇ l


ଦେବତା ପୂଜାରେ ଅବା ସମଶାନେ,

   କି ଅବା ଶହୀଦ ମର ଶରୀରେ

ଜୀବନର ଶେଷ ଯଜ୍ଞ ଶବlଧାରେ,

    ସବୁଠାରେ ତୁମେ ଥାଅ ପାଖରେ l


ପୂଜାପାଇଁ ତୁମେ ଫୁଲଟିଏ ହୋଇ,

    ଜନମ ନେଇଛ ଏ ଧରା ବୁକେ

କ୍ଷଣିକ ଆୟୁଷେ ମହତ କାମନା,

   ବଳିଦାନ ଦିଅ ନଥାଅ ଶୋକେ l


ଜୀବନ ତୁମର ସାର୍ଥକ ହୁଅଇ,

   ପର ଉପକାରେ ମନଟି ଥାଏ

ନିଜେ ଝରିଯାଇ ଅନ୍ୟର ସେବାରେ,

   ପୂଜାଫୁଲ ହୋଇ ଅନ୍ତରେ ରୁହେ ll


Rate this content
Log in

Similar oriya poem from Abstract