Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Romance

3  

Shanti Mishra

Romance

ସାରି ଦିଅ ନାହିଁ ସମୟ

ସାରି ଦିଅ ନାହିଁ ସମୟ

1 min
115


କହିବାକୁ ଅଛି ଅନେକ କଥା

ଶୁଣିବକି ନାହିଁ କୁହନା l

ବୁଝେଇବାକୁ ଶବ୍ଦ ଖୋଜିବୁଲେ

ବୁଝିବକି ନାହିଁ ଜାଣେନା ll


କହିଲେ ତୁମେ ପକ୍ଷୀଟିଏ ହେବା ପାଇଁ

କେବେ ଆପତ୍ତି କରନ୍ତି ନାହିଁ l

ଯଦି ପଞ୍ଜୁରୀରେ ରଖି ହାତରେ

ଦିଅନ୍ତ ନିତି ଦାନା ଖୁଆଇ ll


ସୁଖ ଦୁଃଖ ହସ ଖୁସି ବାଣ୍ଟନ୍ତ

ନିତି ମୋ ପାଖେରେ ବସି l

ଥଣ୍ଟରେ ହାତ ପାପୁଲିକୁ ତୁମ

ଚୁମି ଚୁମି ଯାଉଥାନ୍ତି ଆଉଁସି ll


କହିଲେ ତୁମେ ନଈଟିଏ ହୋଇ

ବହି ଯାଆନ୍ତି ମୁଁ ତୁମ ଗାଁ ପାଖରେ l

ଆସନ୍ତ ନିତି ଗାଧୋଇବାକୁ

ସାଙ୍ଗ ସାଥି ମେଳରେ ll


ମୋ ଶୀତଳ ଜଳ ପରଶେ ହୁଅନ୍ତ ଯେତିକି

ତୁମେ ଚଞ୍ଚଳ ସେତିକି ହୁଅନ୍ତି ମୁଁ କଳ କଳ l

ତୁମ କୋମଳ ଶରୀରର ସୁଗନ୍ଧେ ଧନ୍ୟ ହୋଇ

ଯାଉଥାନ୍ତା ଜୀବନ ମୋର ll


କହିଲେ ତୁମେ ହୋଇ ଯାଆନ୍ତି

ନୀଳ ଆକାଶର ପୂର୍ଣମୀ ଜହ୍ନ l

ଲୁଚି ଲୁଚି ଝରକା ଫାଙ୍କେ

ଦେଖି ମତେ ବୁଣୁଥାନ୍ତ ସପନ ll


କହିଲେ ତୁମେ ବଗିଚାରେ ତୁମ

ଫୁଟନ୍ତି ଯାଇ ହୋଇ ଫୁଲ l

ପାଣି ଦେବା ବାହାନାରେ ଆସି

ଛୁଇଁ ଯାଉଥାନ୍ତ ମତେ ଥରକୁ ଥର ll


ହାଏ ଏପରି ସ୍ଵପ୍ନ ତୁମେ ଦେଖିନ ଏଯାଏ

ଦେଖିବକି ନାହିଁ ଜାଣେନା ମୁହିଁ l

ସମୟ ଟା ଗଡି ଗଡି ଚାଲି ଯାଉଛି

ଅଳ୍ପ ଦିନର ରହଣି ତାର ବେକାରରେ ସାରି ଦିଅ ନାହିଁ ll



Rate this content
Log in

Similar oriya poem from Romance