STORYMIRROR

Sarmistha Palai

Romance

3  

Sarmistha Palai

Romance

ତୁମ ବିନା

ତୁମ ବିନା

1 min
120


ତୁମ ବିନା ଆଜି ସବୁ ଋତୁ ଗୁଡା

ଫିକା ଫିକା ଲାଗୁଛି

ବସନ୍ତ ଆସୁଛି କୋଇଲି ଗାଉଛି

ମୋ' ମନଟା ତ' ବୁଝୁ ନାହିଁ

ଫଗୁଣ ବି' ଆସି ରଙ୍ଗ ଖେଳିଗଲା

ହେଲେ ମୁଁ ଖେଳିଲି ନାହିଁ

ତୁମ ବିନା ପରା ଭଲ ନ ଲାଗିଲା

ତୁମେ ରହିଲ ତ କାହିଁ।


ଭୋଦୁଅ ଆସିଲା କାଶତଣ୍ଡୀ ଫୁଲେ

ନଦୀ, ବିଲ, ବନ୍ଧ ହୁଡାରେ

ପବନରେ କେତେ ଦେଖେଇ ନାଚିଲା

ମୋ' ଦେହ ସହିଲା ନାହିଁ

ଗୋଲାପ, ମଲ୍ଲୀ, ହେନା, ଚମ୍ପା ଫୁଲ

ମାଳତୀ ଫୁଟି ବାସିଲା

ଭ୍ରମର ଉଡିକି ମନ ଆନନ୍ଦରେ

ସବୁ ଫୁଲ ଚୁମି ଗଲା

ତାକୁ ଦେଖି କରି ମୋ' ଅନ୍ତର ଟା'

 ପରା ଇର୍ଷାରେ ଜଳିଗଲା

ତୁମ ବିନା ଜମା ଭଲ ଲାଗିଲାନି

ଏତେ କଷ୍ଟ ମୋତେ ହେଲା।



ପହିଲି ମାଟିର ବାସ୍ନାରେ ଏ' ଧରା

ମହକି ମହକି ଗଲା

ଟୁପ୍ ଟାପ୍ ବର୍ଷା ପାଣିର ଛିଟାରେ

ଦେହ ଶୀତେଇ ଗଲା

ସାରୁ ବୁଦା ମୂଳେ ବେଙ୍ଗ ନାଚ ଦେଖି

ମନ ମୋ' ଉଦାସ ହେଲା

ଏମିତି କାହିଁକି ହେଲା

କଳା ବଉଦଟା

ମୁରୁକି ହସିକି ତାତ୍ସଲ୍ୟ କେତେ ଯେ କଲା

ତୁମ ବିନା ମୋତେ ଭଲ ଲାଗିଲାନି

ବର୍ଷା ପାଗ ବେକାରରେ ମୋର ଗଲା।


ବରଷକ ବାର ମାସ ମୋର

ଏମିତି ବିତୁଅଛି

ଋତୁ ଆସି ଋତୁ ଯାଉଛି

କଥା ଦେଇ ତୁମେ କଥା ରଖିଲନି

ସେଇ କଥା ଗୁଡା ଭାବୁଛି

ବିରହ ନିଆଁରେ ତୁମ ବିନା

ମୁହିଁ ଏକା ଜଳି ମରୁଛି

ଆଉ କହିବିନି କିଛି

ଆଜି ଠାରୁ ଦେଖ ସତ କହିଦେଲି

ବସିବି ତୁମ ଠୁ' ଋଷି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance