Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Romance Others

3  

Lalatendu Kabi

Romance Others

ଵାର୍ଣ୍ଣିକ ଛନ୍ଦ ମଣିଗୁଣ ନିକର

ଵାର୍ଣ୍ଣିକ ଛନ୍ଦ ମଣିଗୁଣ ନିକର

1 min
144



ଵର୍ଣ୍ଣକ୍ରମ:    111/111/111/111/112

ଯତି: 7-8 ହେଲେ ଛନ୍ଦ ହୁଅନ୍ତା ଚନ୍ଦ୍ରାବର୍ତ୍ତା

ଏଠି ଯତି 8-7, ତେଣୁ ଛନ୍ଦ: ମଣିଗୁଣ ନିକର


ହସ ହସ ଅହରହ    ସହଚର ଗହଣେ

ତରକି ତରକି ଥକି    ଯିବ ଟିକି ନୟନେ ।

ତର ତର ସରିତର    ଝର ଝର ଝରଣା

ରଣ ଝଣ ବିଲ ବଣ,  ପୟରର ଗହଣା । ୧


ନିରସ ତରୁପତର    ମରମର ଜରଣା 

ଡର ଡର ପୁରତର    ଭୟକର ଅରଣା

ଡହ ଡହ ଦିପହର,    ରଜତ ଦୃଶମତୀ

ପ୍ରତିକୃତି ଧରିଅଛି    ଋତିମତି ଵହତୀ । ୨


ଜନପଦଜନଗଣ    ଶୁଣ, ଵିମନଵଧୂ

ବୁଲୁଅଛି ଘନ ଵନ    କି ଶକୁନ ଵିପଦୁ ।

ଅପର ନଗର ଝର-  ଡଗର ସୁଲଳିତା

ପର ନୁହଁ ପରଵତ-  ପରିସର ଵନିତା । ୩


ମର୍ମର= ପତ୍ରର ଶବ୍ଦ; ଜରଣା= ପ୍ରାର୍ଥନା, ସ୍ତୁତି; ପୁରତ= ସମ୍ମୁଖ; ଭୟକର= ଭୟଙ୍କର; ଅରଣା= ଅରଣା ମଇଁଷି; ରଜତ= ଗୋରା; ଦୃଶ= ଚେହେରା; ପ୍ରତିକୃତି= ଛଵି; ଋତିମତି= ହର୍ଷିତା; ଵହତୀ= ନଦୀ;


Rate this content
Log in

Similar oriya poem from Romance