STORYMIRROR

Lalatendu Kabi

Others

3  

Lalatendu Kabi

Others

ଫୁଲରାଣୀ

ଫୁଲରାଣୀ

1 min
12.9K


ଫୁଟିଛି ଫୁଲ ରାଣୀ ତଟିନୀ ତୀରେ ତୀରେ,

ପିଇ ସେ ବାଆ ପାଣି ଫୁଲୁଛି ଧୀରେ ଧୀରେ ॥୧

ଫୁଲେଇ ଝିଅ ସରି କହେନା କଥା ପଦେ,

ସତେ କା' ସହଚରୀ, ଲୋଟିବ ପ୍ରିୟ ପଦେ ॥୨

ଚାହେଁନା ଗଉରବ, ଆସନ ଦେବଶିରେ,

ସେ ଦିଏ ସଉରଭ, ନିରବ ପ୍ରେମ-ଗିରେ ॥୩

ରହିଛି ଚାହିଁ ପଥ, ଆସିଲେ ମଧୁକର,

ଝରାଇ ଦେବ ଶତ ପ୍ରୀତି-ସରିତ ଝର ॥୪

.

ଲଲାଟେନ୍ଦୁ କବି

୨୦୧୮୦୪୨୩୦୯୦୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍