Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

5.0  

Lalatendu Kabi

Others

କିଣି ନିଅ ପୁଳା ପୁଳା ଜାଗି?

କିଣି ନିଅ ପୁଳା ପୁଳା ଜାଗି?

3 mins
318


ଶୁଣ ଯେତେ ଭୂମିହୀନ     ଦୀନ ହତଭାଗା,

ଚନ୍ଦ୍ରପୄଷ୍ଠେ କିଣି ନିଅ        ପୁଳା ପୁଳା ଜାଗା । ୧

ଯାହା ଅଛି ଥାଳୀ ଗିନା     କରି ବିକ୍ରିବଟା

ବେଗେ ଯାଇ ମାମୁଁ ଘରେ  କରିନିଅ ପଟ୍ଟା ।  ୨

ସେଠାକାର ଦର ମଧ୍ୟ       ଦେଲେଣି ବଢାଇ

ଆହୁରି ବଢାଇ ବେବେ      ଆମ ବ୍ୟବସାୟୀ । ୩

ହେଉ ପଛେ ଚଢା ଦର     ଯାଉଛି ତ ମିଳି,

ଏଠି ଯା ମରୁଛ କାନ୍ଦି       ଦ୍ୱାର ଝର୍କା କିଳି । ୪

ଡେରି କଲେ ତହସିଲେ     ହେବ ଠେଲା ପେଲା,

କହିବନି ଏଠି ମଧ୍ୟ          ଜମି ବ୍ଲାକ୍ ହେଲା । ୫

ବ୍ଲାକ୍ ହେବା ପାଇଁ ଆଉ     ନାହିଁ ବେଶି ଦିନ,

ନ କରି କାଳବିଳମ୍ବ         ଯାଅ ବୁଦ୍ଧିହୀନ । ୬

ଚଳିବାକୁ ସେଠି କିଛି       ଅସୁବିଧା ନାହିଁ,

ଅଳପ ଜିନିଷ କିନ୍ତୁ          ନେଇଥିବ ଭାଇ । ୭

ଅମ୍ଳଜାନ ସିଲିଣ୍ଡର          ନେଇ ଯିବ ସାଥେ

ମାଠିଆଟେ ନେବ, ପାଣି    ରଖିଥିବ ମାଥେ । ୮

ଲଙ୍ଗଳଟେ ନେଇ ଯିବ      କରିବାକୁ ଚାଷ

ଇଟା ସିମେଣ୍ଟ ନେଇ ଥିବ   ଗଢିବ ଉଆସ । ୯

ଲଙ୍ଗଳରେ ଯୋଚିବାକୁ      ବଳଦ ଦୁଇଟି,

ଗାଈ କିଛି ନେବ, ବଂଶ     ବଢିବ ସେଇଠି । ୧୦

ଖାଲି ଗାଈ କି କରିବ,       ଶୁଙ୍ଘିବ ତା ଲଣ୍ଡ ?

ନେବ ସାଥେ ଅତିକମ୍       ଗୋଟେ ହେଲେ ଷଣ୍ଢ ।୧୧

ତାଙ୍କ ପାଇଁ ନେଇ ଯିବ      ଦି ବଗି ପୁହାଳ,

ଶଗଡେ ବାଉଁଶ ନେବ       ଗଢିବ ଗୁହାଳ । ୧୨

କାର୍ ବାଇକ୍ ସାଇକଲ      ବେଶି ନେବ ନାହିଁ,

ଗୋଟେ ଗୋଟେ ନେବ ଚଢି ବୁଲିବାକୁ ଭାଇ ।     ୧୩

ମଝିରେ ମଝିରେ ଆସି       ପେଟ୍ରୋଲ କି ଭରିବ,

ପ୍ରଥମରୁ ପେଟ୍ରୋଲ୍ ଟାଙ୍କି   ଗୋଟେ ନେଇ ଯିବ । ୧୪

ପେକ୍କର ଡାକି ବାନ୍ଧି ନେବ   ବିରି ମୁଗ ଅଟା

ଚୋରି ଠାରୁ ଘେରିବାକୁ     ଦୁଇ ଗାଡି ଝଟା । ୧୫

ଲୁଗା ପଟା ଭଳି ଭଳି        ନେବ ଥାକେ ଥାକେ,

ବେଶି ନେବ ନାହିଁ ନେବ     ତୁମ ମଲା ଯାକେ । ୧୬

ଚାଷ ପାଇଁ ନେଇ ଯିବ       ସବୁ ଜାତି ମଞ୍ଜି,

ଟ୍ରାକ୍ଟରଟେ ନିଅ, ଦେବ      ଅଗଣାରେ ଖଞ୍ଜି । ୧୭

ଜମି ଜଗିବାକୁ ଚଢି          ନେଇ ଯିବ ଘୋଡା,

ନେଇ ଥିବ ଘୋଡା ପାଇଁ     ଯାହା କିଛି ଲୋଡା । ୧୮

ଏହି ପରି ବାକି ଯାହା        ପଡିବ ମନରେ,

ଚିଠା କର ନେଇ ଯିବ       ଶୂନ୍ୟବାହନରେ । ୧୯

ଚାହଁ ଯଦି ବର୍ଷା ଦେଉ       ଜମି ସାରା ପାଣି,

ସମୁଦ୍ରଟେ ନେବ ଗଲେ      ଦଉଡିରେ ଟାଣି । ୨୦

ନେଇ ଥିବ ଧୂପ ଘିଅ         ଚନ୍ଦନର କାଠ,

ଶ୍ମଶାନେ ରଖିବ କିଣି         ନିଜପାଇଁ ଘାଟ ॥ ଶେଷ

 ଲଲାଟେନ୍ଦୁ କବି   ୨୦୧୯୦୯୦୯୨୨୧୦


Rate this content
Log in