Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Inspirational Others

3  

Lalatendu Kabi

Inspirational Others

ଗଳ୍ପ ଆଗେଇ ନିଅ

ଗଳ୍ପ ଆଗେଇ ନିଅ

1 min
161


କହୁଥିବି ମୁହିଁ ଶୁଣୁଥିବୁ ତୁହି ଆଉ ଏଠି କିଆଁ କିଏ,

ଅଳ୍ପ ବେଳରେ ଗଳ୍ପ ଛଳରେ ରଙ୍ଗ ବୋଳିବେ ଯିଏ ? -୧

ତୁ କହିଲେ ପୁଣି ଯିବି ମୁହିଁ ଶୁଣି ଶୁଣିବେ ବତାସ ବାଆ,

ସଙ୍ଗୀତ ଧାର ଅଧରୁ ତୋହର ଛୁଟିବ ଯେସନ ନାଆ || -୨

ଶୁଣିବେ କାନନ ଗିରି ପ୍ରାଙ୍ଗଣ ମଞ୍ଜରୀ ମହୀରୁହ;

ଦ୍ୟୁଲୋକ, ଭୂଲୋକ, ଜ୍ୟୋତ୍ସ୍ନା ଆଲୋକ, ନେତ୍ର ଉଛୁଳା ଲୁହ || -୩

କଥାରେ ଏମିତି ରାତି ଯାଉ ବିତି ଛାତି ତଳ ତାତି ଯାଉ;

ମନ-ଅଙ୍ଗନେ ରାତ୍ରୀ ଲଗନେ ସପନଗଙ୍ଗା ଥାଉ || -୪

ଶର୍ବରୀ କହେ ଧୂମ୍ରାଭ ବହେ ଗଳ୍ପ ଆଗେଇ ନିଅ;

ସରେ ନାହିଁ କଥା ସୂତ୍ରରୁ ଯଥା କାଢ଼ିଲେ ଅଡ଼ୁଆ ଖିଅ || -୫

ଯାଅ ନାହିଁ ନିଶା, ଏଡ଼ିକି ସହସା ନ ଆସୁ ସୂର୍ଯ୍ୟାଲୋକ;

ଥାଉ ଏହି ବେଳା, ନକ୍ତା-ମେଖଳା ଟାଣି ଭିଡ଼ି କିଏ ରୋକ || -୬

ଏବେ ଏ ଗଳ୍ପ ଆଗେଇ ଅଳ୍ପ ଅନେକ ରହିଛି ବାକି;

ଶୁଣିବେ ମେଦୁର ପ୍ରସୂନ, ପତ୍ତ୍ର , ଗିରି, ମଞ୍ଜରୀ, ଶାଖୀ || -୭

ଶୁଣିବେ ଭୂଧର, ସରିତ, ସାଗର, ସର, ଅମ୍ବର, ଭୂମି;

ସ୍ନିଗ୍ଧ ସମୀର ନେବ ତାକୁ ଦୂର ଅଭ୍ର, ଅଶନି ଚୁମି || -୮

ଚାଲିଛି ଗଳ୍ପ ଅଳ୍ପ ଅଳ୍ପ କଳ୍ପନା ସାଥେ ପୁଣ;

ବାକି ଅସୁମାରି, ଯାଅ ନାହିଁ ଫେରି, ଶତ୍ଵରୀ ଶୁଣ ଶୁଣ || -୯

ତୁମର ତ ନାହିଁ ଭଗ୍ନୀ କି ଭାଇ, ନୁହଁ କାହା ମନୋନୀତା,

ନୁହଁ କା ଭାମିନୀ; କି ଜାଣ ମାନିନୀ ! ସୂକ୍ତି ଅଭିଳଷିତା || -୧୦

ଧରଣୀ ତଳ୍ପେ ଅଳସ ଜଳ୍ପେ ମିଳୁଛି ଗଳ୍ପ ଖିଅ;

କିଆଁ ରହି ରହି ଚାଲିଅଛ କହି ଗଳ୍ପ ଆଗେଇ ନିଅ ? -୧୧

ଲଲାଟେନ୍ଦୁ କବି -୨୦୧୭୦୭୦୫-୨୨୪୩


Rate this content
Log in

Similar oriya poem from Inspirational