ହେ ନିଷଦ୍ଵର ହୃଦ୍ୟତା କର
ହେ ନିଷଦ୍ଵର ହୃଦ୍ୟତା କର


ଛନ୍ଦ: ଚଞ୍ଚରୀ କଵିତା: ହେ ନିଷଦ୍ଵର ହୃଦ୍ୟତା କର
ଗଣ: ର ସ ଜ ଜ ଭ ର
ଵର୍ଣ୍ଣ 212/112/121/1 ଯତି 21/211/ 212
ଦିକ୍ପଥେ ରଵି ହୃଦ୍ଗତେ କଵି
ଅଗ୍ରତେ ହତ ସାଧିତଂ
ହେ ନିଷଦ୍ଵର ହୃଦ୍ୟତା କର
ସର୍ଜନା ତଵ ଆଶ୍ରିତଂ
ଧ୍ଵସ୍ତ ଜୀଵନ ଅସ୍ତ ତାପନ
ଗସ୍ତ ଲଗ୍ନ ସମାଗତଂ
ନ୍ୟସ୍ତ ସଜ୍ଜନ ହାର୍ଦ୍ଦ ଵାଞ୍ଛନ
କାଵ୍ୟମାଦକ ଛନ୍ଦିତମ୍ ।
ଦୀର୍ଘ ଆସନ ଧୈର୍ଯ୍ୟ ସଞ୍ଜନ
ଦୈନ୍ୟଭାଵନ-ସଂଯମେ
କୃତ୍ୟ ମୋହର ନିତ୍ୟଭା କର
ସତ୍ୟଵାକ୍ୟ ସମାଗମେ ।
ଆପ୍ତି ଅର୍ଜ
ନ ପ୍ରାପ୍ତି ଵର୍ଦ୍ଧନ
ଖ୍ୟାତି-ସର୍ଜନ ଭାଵନା
ଧ୍ଵଂସି ସତ୍ଵର ମର୍ଷି ମତ୍ସର
ସତ୍ପଥେ ନିଅ ସାଧନା ।
ହେ ଉଷାକର ଶୀଘ୍ରତା ହର
ଭାଵସାଗର ନୃତ୍ୟରୁ
ହସ୍ତ ଚଞ୍ଚଳ ଲେଖ ଉଚ୍ଛୁଳ
ସର୍ଵଥା କର ଅନ୍ତରୁ ।
ଦୀପ୍ତ ରାତ୍ରିଜ ! ମୁଗ୍ଧ ଵୃନ୍ତଜ
ତୁଲ୍ୟ ଥାଇ ଅନମ୍ଵରେ
କ୍ଳାନ୍ତି ନୋଦନ ଭ୍ରାନ୍ତି ମୋଚନ
ସାଧ ମୋର ଥରେ ଥରେ ।
ତାପନ= ସୂର୍ଯ୍ୟ; ଆସନ= ରହଣୀ, stay; ନିତ୍ୟଭା= ସ୍ଥାୟୀ ଉଜ୍ଜ୍ଭଳ; ଆପ୍ତି= ପ୍ରାଚୁର୍ଯ୍ୟ; ଉଷାକର= ଚନ୍ଦ୍ର; ଲେଖ= ଲେଖା; ରାତ୍ରିଜ= ତାରା; ଵୃନ୍ତଜ= ଫୁଲ;