ମାଟିର ଜହ୍ନ
ମାଟିର ଜହ୍ନ
ମୁଁ ଜହ୍ନ ଖୋଜୁଥିଲି
ଆକାଶରେ
ସେ କିନ୍ତୁ ଥିଲା ଆମ ଗହଣରେ
ତା ଭିତରେ ଭିଡ଼
ଭିଡ଼ ଭିତରେ ସେ
ଏକୁଟିଆ ସନ୍ଧ୍ୟାତାରାଟିଏ
ଘୋ ଘୋ ଶବ୍ଦରେ କିନ୍ତୁ
ଫାଟି ପଡେ ତା ପୃଥିବୀ
ସେ ଏମିତି ମଣିଷଟେ
ସମସ୍ତଙ୍କୁ ନିଃସ୍ୱାର୍ଥ ନିଃସର୍ତ୍ତ
ବନ୍ଧୁତା ଗଙ୍ଗାରେ ବୁଡ଼ାଏ
ଚୋରେଇ ନିଏ ମନ
ବୁଲବୁଲଟିଏ
ମିଠା ହସ ମିଠା ମିଠା ସ୍ୱରେ ଗୀତ ଗାଏ।
ପେଷା ହେଉ କି ଭାଷା
ଭାବ କି ସ୍ଵଭାବ
ତାର ହୃଦୟକୁ ଛୁଇଁ ଦେଲା ପରି
ରୂପ ଗୁଣରେ ଅନିନ୍ଦ୍ୟ
ଆଚ୍ଚରଣେ ଅମାୟିକ
ଉଚ୍ଚାରଣେ ମାର୍ଜିତ
ଲବ୍ଧପ୍ରତିଷ୍ଠିତ ବ୍ୟକ୍ତିତ୍ୱଟିଏ
ସେବାରେ
ମା ବାବାଙ୍କ ଶ୍ରବଣ କୁମାର
ବୟସ
ଟୋପି କାଢି ସଲାମ ଜଣାଏଁ
ଅନ୍ତରଙ୍ଗତାର ଏବଂ ଆତ୍ମୀୟତାର
ଚୁନରି
ତାକୁ ଭାରି ମାନେ।
ପ୍ରିୟା ପ୍ରିୟତମା ମୋର
ତୁମେ ମୋ ମନ ମାଟିର ଜହ୍ନ
ଏତିକି ଅଳି ବିଭୁ ପାଦେ
ଦୁନିଆଁର ସବୁ ଖୁସି
ତୋତେ ମିଳୁ
ହସୁଥା,ଚାଲୁଥା ଥକି ନ ପଡ଼ି
ଉଡୁଥା ସଶକ୍ତ ହୋଇ
ଏ ସାରା ଆକାଶଟା କରିଦେଲି
ଟୋରି ନାଁ ରେ
ଉଡ଼ ସ୍ୱାଧୀନତାର ଉଡାଣ।