STORYMIRROR

Satyabati Swain

Romance

3  

Satyabati Swain

Romance

ମାଟିର ଜହ୍ନ

ମାଟିର ଜହ୍ନ

1 min
20


ମୁଁ ଜହ୍ନ ଖୋଜୁଥିଲି

ଆକାଶରେ

ସେ କିନ୍ତୁ ଥିଲା ଆମ ଗହଣରେ

ତା ଭିତରେ ଭିଡ଼

ଭିଡ଼ ଭିତରେ ସେ

ଏକୁଟିଆ ସନ୍ଧ୍ୟାତାରାଟିଏ 

ଘୋ ଘୋ ଶବ୍ଦରେ କିନ୍ତୁ

ଫାଟି ପଡେ ତା ପୃଥିବୀ

ସେ ଏମିତି ମଣିଷଟେ

ସମସ୍ତଙ୍କୁ ନିଃସ୍ୱାର୍ଥ ନିଃସର୍ତ୍ତ

ବନ୍ଧୁତା ଗଙ୍ଗାରେ ବୁଡ଼ାଏ

ଚୋରେଇ ନିଏ ମନ

ବୁଲବୁଲଟିଏ

ମିଠା ହସ ମିଠା ମିଠା ସ୍ୱରେ ଗୀତ ଗାଏ।


ପେଷା ହେଉ କି ଭାଷା

ଭାବ କି ସ୍ଵଭାବ

ତାର ହୃଦୟକୁ ଛୁଇଁ ଦେଲା ପରି

ରୂପ ଗୁଣରେ ଅନିନ୍ଦ୍ୟ

ଆଚ୍ଚରଣେ ଅମାୟିକ

ଉଚ୍ଚାରଣେ ମାର୍ଜିତ

ଲବ୍ଧପ୍ରତିଷ୍ଠିତ ବ୍ୟକ୍ତିତ୍ୱଟିଏ

ସେବାରେ

ମା ବାବାଙ୍କ ଶ୍ରବଣ କୁମାର

ବୟସ 

ଟୋପି କାଢି ସଲାମ ଜଣାଏଁ

ଅନ୍ତରଙ୍ଗତାର ଏବଂ ଆତ୍ମୀୟତାର

ଚୁନରି

ତାକୁ ଭାରି ମାନେ।


ପ୍ରିୟା ପ୍ରିୟତମା ମୋର 

ତୁମେ ମୋ ମନ ମାଟିର ଜହ୍ନ

ଏତିକି ଅଳି ବିଭୁ ପାଦେ

ଦୁନିଆଁର ସବୁ ଖୁସି

ତୋତେ ମିଳୁ

ହସୁଥା,ଚାଲୁଥା ଥକି ନ ପଡ଼ି

ଉଡୁଥା ସଶକ୍ତ ହୋଇ

ଏ ସାରା ଆକାଶଟା କରିଦେଲି

ଟୋରି ନାଁ ରେ

ଉଡ଼ ସ୍ୱାଧୀନତାର ଉଡାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance