ଅବୁଝା ପ୍ରେମ
ଅବୁଝା ପ୍ରେମ
ପ୍ରେମ ଅଭିଧାନ ଅନେକ ଖୋଜିବା ପରେ
ଅବୁଝା ଆଖିରେ ଆକାଶ ଛାତିରେ ପଢେ
ପ୍ରେମ ସ୍ୱର୍ଗୀୟ ମହାନ ପ୍ରେମ ସ୍ଲୋଗାନ
ଅବୁଝା ଆଖିରେ ବାଲିର ଦେଉଳ ଗଢେ
ପ୍ରେମ କାବ୍ୟ କବିତା କିମ୍ବଦନ୍ତୀ ପୃଷ୍ଠା ଭରେ
ପକ୍ଷୀ ଦାମ୍ପତ୍ତିଙ୍କୁ ଦେଖିଦିଏ ଯେବେ ନୀଡେ
ପ୍ରେମ ନିଷ୍କାମ ପ୍ରେମ ଶାଶ୍ୱତ ପ୍ରେମରେ ଗୋଲକ
ପ୍ରେମ ଫୁଲ ଫୁଟି ଗୋଟି ଗୋଟି ଝଡ଼େ
ପ୍ରେମ ପୁଲକ ପ୍ରେମ ମହକ ପ୍ରେମ ଝଲକ
ପ୍ରେମ ଆଵାହନି ସଙ୍ଗୀତ ସୃଷ୍ଟି ଉଠେ ପଡେ
ପ୍ରେମ ହୃଦୟେ ସାଇତି ମନରେ ପଂକ୍ତି
ସମୁଦ୍ର ଢେଉରେ ବାଲି କୋଣାର୍କ ଗଢେ
ଅତି ପରିଚୟ ଗୌରବ ନଷ୍ଟ ପ୍ରେମର କଷ୍ଟ
ସାହିତ୍ୟ ସୃଜନୀ ଲେଉଟାଏ କଡ଼ ଏକଡେ
ପ୍ରେମ ଏକ ତୃଷ୍ଣା ପ୍ରେମ ପୁଣ୍ୟ ଦେଵାଳୟ
ପ୍ରେମ ମରୁଝର ତୃଷା ପଥିକର ସେକଡେ
ପ୍ରେମ ମନୋଇ ନଇଟେ ସୁଅ କାଟି କାଟି
ଆଗକୁ ଯେତିକି ବଢେ ପଛରୁ ସେତିକି ଛିଡ଼େ
ପ୍ରେମ ସଜ ଗୋଲାପଟେ ଆଖିର କଜ୍ଜ୍ୱଳ ପରି
ମଥାରେ ସିନ୍ଦୁର,ନବବଧୂ ପ୍ରେମ ପାଇଁ ସବୁ ଛାଡେ
ପ୍ରେମ ବଇଁଶୀରେ କଦମ୍ବ ବଣରେ ଯମୁନା ଜଳରେ
ରାଧାଙ୍କୁ କୃଷ୍ଣ ସଙ୍ଗେ ଆଜିବି ଯୋଡି ଗଢେ.
ପ୍ରେମ ଭରସା ପ୍ରେମ ବିଶ୍ୱାସ ପ୍ରେମ ନିଃଶ୍ୱାସ
ଆସ୍ତେ ଆସ୍ତେ ଦୁଇ ହୃଦୟେ ମନ୍ଦିର ଚଢି ଗଢେ
ପ୍ରେମ ବିଭୋରେ ଆତୁରେ ସଦା ଜଗତରେ
ମାୟା ମୋହ ଆସକ୍ତି ପ୍ରେମ ଜୁଆରେ ଭଟ୍ଟା ପଡେ
ପ୍ରେମ ସୁନ୍ଦର ପ୍ରେମ ମନ୍ଦିର ପ୍ରେମ ବନ୍ଧୁର
ଡୋରି ବାନ୍ଧି ଆଗକୁ ବଢେ ସମୟକୁ ଜିଣେ ଗଡେ

