STORYMIRROR

Hemanta Patra

Fantasy

4  

Hemanta Patra

Fantasy

ଫଗୁଣ ଆସିଲାଣି

ଫଗୁଣ ଆସିଲାଣି

1 min
10

    ଚନ୍ଦନାଦ୍ରିରୁ ଚହଟିଲାଣି

      ଚନ୍ଦନର ସୁବାସ

     ଶାଖା ପ୍ରଶାଖାରେ

  ହସିଲାଣି ଗଛର କଅଁଳ ପତ୍ର 

     ରାସ୍ତାର ଦୁଇ ଧାରେ

   ମନ ମୋହିଲାଣି କୃଷ୍ଣଚୁଡା 

 ଆମ୍ରକୁଞ୍ଜେ ହସକୁରୀ କୋଇଲିର

      ମିଠା ସମ୍ମୋହନ

     ସଭିଙ୍କୁ ଅଧିର କଲାଣି

 କେତେ ମନଲୋଭା ଦିଶିଲାଣି ଶୋଭା

  ମୋ ଗାଁ କୁ ଫଗୁଣ ଆସିଲାଣି ।।

      ସୋରିଷ ଫୁଲ

    ଆଉ ଗାଉନାହିଁ ଗୀତ

   ଦେଖି ତାର ବିଧବା ବେଶ

   ମନ ଲାଗେ ଭାରି ଉଦାସ 

     ଶୀତ କାନ୍ଦୁଛି ବସି

 ତା'ର ବାହୁଡିବା ବେଳ ହେଲାଣି 

    ଋତୁ ଚକ୍ରର ବିବର୍ତ୍ତନରେ 

    ପ୍ରକୃତିରେ ଫଗୁ ବୋଳି

   ମୃଦୁ ମଳୟର ପରସ ଦେଇ

  ମୋ ଗାଁ କୁ ଫଗୁଣ ଆସିଲାଣି ।।

   ବିଚିତ୍ରବର୍ଣ୍ଣା ହରିତ କାନନେ

  ଲୁଚକାଳି ଖେଳୁଛି ହଳଦୀ ବସନ୍ତ

   ମଳୟ ପବନର ସୁ ସୁ ଧାବ

    କୁଆଁରୀ ଆଖିରେ ବୁଣଇ

      ମେଞ୍ଚାଏ ସପନ

   ବର୍ଣ୍ଣବିଭା ଅନ୍ତରିକ୍ଷକୁ ଚାହିଁ

  ମୟୂର ଝାଡିଲାଣି ଆଲଟ ଚାମର 

   ଏ ଫୁଲରୁ ସେ ଫୁଲକୁ ଚାହିଁ

    ପରଜାପତି ଭାବ ବାଣ୍ଟିଲାଣି

  ରଙ୍ଗ ସବାରୀରେ ନବ ବଧୁ ସାଜି

   ମୋ ଗାଁ କୁ ଫଗୁଣ ଆସିଲାଣି ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy