STORYMIRROR

Hemanta Patra

Romance

3  

Hemanta Patra

Romance

***ତୁମେ***

***ତୁମେ***

1 min
315

ଆଖିରେ ଥିଲା ମୋର

ଆଖିଏ ନିଦ

ସ୍ୱପ୍ନ ଥିଲା ଅନେକ

ଆସୁଥିଲ ତୁମେ

 ଚୋରି ଚୋରି

କହୁଥିଲ କଥା ଥିରି ଥିରି ।।

କଥା ଥିଲା ତୁମର

ଭାରି ମିଠା ମିଠା

ସେହି ମିଠା କଥା

ମୋତେ କଲା ନିଜର ।।

 ମୋ ଦେହେ 

ତୁମେ ବୋଳି ଦେଲ

ସ୍ନେହ ପ୍ରେମର ରଙ୍ଗ 

ସେହି ରଙ୍ଗ

ନୁଆ ଋତୁ ଆଣିଲା ।।

ଦୁଇ ଗୋଟି ମନକୁ

ତୁମେ କରିଦେଲ ଏକ 

ତୁମେ ଆଉ ମୁଁ ମିଶି

ହୋଇଗଲେ ଏକ ।।

ମିଳିଗଲା ମୋତେ

ଜୀବନ ସାଥି

ତୁମେ ମୋର ହେଲ

ଅତି ନିଜର

ମୋ ସପନ ଅଗଣାରେ

ତୁମେ ଫୁଟାଇଲ 

ନୂଆ ନୂଆ ଫୁଲ ।।

ମୋ ଜୀବନ ଆକାଶେ

ତୁମେ ଭାସି ବୁଲିଲ

 ସ୍ମୃତିର ମେଘ ହୋଇ

ଯେବେ ତୁମେ ଗଲ ବରଷି

କିଛି ସ୍ମୃତି ଗଲା ଧୋଇ 

କିଛି ସ୍ମୃତି ଆସିଲ ନେଇ ।।

ତୁମେ ମୋର ଲେଖନୀ

ତୁମେ ମୋର କବିତା

ତୁମେ ଆଉ ମୁଁ ମିଶି

ସବୁଦିନ ଗାଉଥିବା

ଆମ ଜୀବନ କବିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance