STORYMIRROR

Hemanta Patra

Others

3  

Hemanta Patra

Others

ଆଖି

ଆଖି

1 min
259

ଲକ୍ଷ୍ୟର ପଥ ଦୂର ବହୁତ

ମୋ ଆଖି ଚାହିଁ ଚାହିଁ

ପଡିଛି ଥକି

କାଲି ଯାହା ଲାଗୁଥିଲା

ନୂଆ ନୂଆ

ଆଜି ଲାଗୁଛି ପୁରୁଣା ।।

କାଲି ପର୍ଯ୍ୟନ୍ତ ଏହି ଆଖି

ଦେଖୁଥିଲା

କେତେ ନୂଆ ନୂଆ ସପନ

ଆଜି ପଡି ଯାଇଛି

ଆଖିର ପଲକ

ବଦଳି ଯାଇଛି ସପନ

ବଦଳି ଯାଇଛି ଭାବନା ।।

ଯେଉଁ ଆଖିରେ ଚମକୁ ଥିଲା

ଛୋଟ ଛୋଟ ମୋତି

ସେହି ଆଖିରୁ ଝରୁଛି

ଲୁହର ଧାର

ଭିଜାଇ ଦେଉଛି

ମନ ଆଉ ହୃଦୟ ।।

ପ୍ରଥମେ ପ୍ରଥମେ ଲାଗେ

ମୁଁ କିଛି ଦେଇଛି ହଜେଇ

ନିଦ ନଥିଲେ ବି

ମୋତେ ଲାଗେ

ମୁଁ ଚିର ନିଦ୍ରାରେ

ଯାଇଛି ଶୋଇ ।।

ଅନିଦ୍ରା ରାତିର ପ୍ରମାଣ

ଭାରି ଭାରି ଲାଗୁଥିବା

ମୋର ଏହି ଦୁଇ ଆଖି

ଶୋଇବାକୁ ଇଛା ହେଲେ

ଖୋଜେ ଏକ କମ୍ବଳ

ହୋଇଥାଉ ପଛେ ସକାଳ ।।

ସେତେବେଳେ

ମୋ ଆଖିକୁ ଦିଶେ

ନିସାଶକ୍ତ କୁହୁଡିରେ ଝୁରୁଥିବା

ଉଷୁମ ମନର ଆବେଗ

ଭଗବାନଙ୍କର ଦାନ ଏହି ଆଖି

ଏତେ ଗହିର ଯେ

ପ୍ରକୃତିର ସବୁ ଦୃଶ୍ୟକୁ

ନିଜ ମଧ୍ୟରେ ସାଉଁଟି ନେଇ

ନିମିଷକେ ଲେଖିଦିଏ

ଏକ ଅଭୁଲା ଇତିହାସ ।।

ଯେଉଁ ଆଖି

କାଲି ଥିଲା ଶୁନସାନ

ଆଜି ପୁଣି

ଭରିଯାଏ ସପନରେ

ବନ୍ଦ ହୋଇଯାଏ ଅଶ୍ରୁ ଧାର

ଖୁସିରେ ପୁଣି ଝୁମି ଉଠେ

ମୋ ଆଖିର ପଲକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍