ଆଖି
ଆଖି


ଲକ୍ଷ୍ୟର ପଥ ଦୂର ବହୁତ
ମୋ ଆଖି ଚାହିଁ ଚାହିଁ
ପଡିଛି ଥକି
କାଲି ଯାହା ଲାଗୁଥିଲା
ନୂଆ ନୂଆ
ଆଜି ଲାଗୁଛି ପୁରୁଣା ।।
କାଲି ପର୍ଯ୍ୟନ୍ତ ଏହି ଆଖି
ଦେଖୁଥିଲା
କେତେ ନୂଆ ନୂଆ ସପନ
ଆଜି ପଡି ଯାଇଛି
ଆଖିର ପଲକ
ବଦଳି ଯାଇଛି ସପନ
ବଦଳି ଯାଇଛି ଭାବନା ।।
ଯେଉଁ ଆଖିରେ ଚମକୁ ଥିଲା
ଛୋଟ ଛୋଟ ମୋତି
ସେହି ଆଖିରୁ ଝରୁଛି
ଲୁହର ଧାର
ଭିଜାଇ ଦେଉଛି
ମନ ଆଉ ହୃଦୟ ।।
ପ୍ରଥମେ ପ୍ରଥମେ ଲାଗେ
ମୁଁ କିଛି ଦେଇଛି ହଜେଇ
ନିଦ ନଥିଲେ ବି
ମୋତେ ଲାଗେ
ମୁଁ ଚିର ନିଦ୍ରାରେ
ଯାଇଛି ଶୋଇ ।।
ଅନିଦ୍ରା ରାତିର ପ୍ରମାଣ
ଭାରି ଭାରି ଲାଗୁଥିବା
ମୋର ଏହି ଦୁଇ ଆଖି
ଶୋଇବାକୁ ଇଛା ହେଲେ
ଖୋଜେ ଏକ କମ୍ବଳ
ହୋଇଥାଉ ପଛେ ସକାଳ ।।
ସେତେବେଳେ
ମୋ ଆଖିକୁ ଦିଶେ
ନିସାଶକ୍ତ କୁହୁଡିରେ ଝୁରୁଥିବା
ଉଷୁମ ମନର ଆବେଗ
ଭଗବାନଙ୍କର ଦାନ ଏହି ଆଖି
ଏତେ ଗହିର ଯେ
ପ୍ରକୃତିର ସବୁ ଦୃଶ୍ୟକୁ
ନିଜ ମଧ୍ୟରେ ସାଉଁଟି ନେଇ
ନିମିଷକେ ଲେଖିଦିଏ
ଏକ ଅଭୁଲା ଇତିହାସ ।।
ଯେଉଁ ଆଖି
କାଲି ଥିଲା ଶୁନସାନ
ଆଜି ପୁଣି
ଭରିଯାଏ ସପନରେ
ବନ୍ଦ ହୋଇଯାଏ ଅଶ୍ରୁ ଧାର
ଖୁସିରେ ପୁଣି ଝୁମି ଉଠେ
ମୋ ଆଖିର ପଲକ ।।