ତୁ କେବେସାଜିବୁ ରାଧା
ତୁ କେବେସାଜିବୁ ରାଧା
ପଥ ପାର୍ଶ୍ବରେ ପାଇଲାଣି ଶୋଭା
କୃଷ୍ଣଚୁଡାର ରକ୍ତବର୍ଣ୍ଣ ପୁଷ୍ପ
ଆମ୍ର ଉଦ୍ୟାନେ ଚହଟିଲାଣି
ବଉଳର ବାସ
ନଈପଠାରେ ହଲିଝୁଲି
ହସିଲାଣି କାଶତଣ୍ଡି
ଯମୁନା ସାଜି ଗାଁ ନଈ ନାଳ
ବହିଲାଣି ଥିରି ଥିରି
ମଳୟ କହିଲାଣି କାନେ କାନେ
ଆସୁଛି ବସନ୍ତ ।।
ମୁଁ କୃଷ୍ଣ ସାଜି ବସିଛି ଅନାଇ
ବଂଶୀ ମୋର ଅଭିମାନେ ରହିଛି ମଉନ
ଅଧିର ହେଲେଣି ଗ୍ରାମ୍ୟ ଲଳନା
ସାଜିବାକୁ ଗୋପ ନାରୀ
କଦମ୍ବ ପଚାରୁଛି ନିତି
ରେ କାହ୍ନା
ତୋ ସୁନୟନା
କେବେ ସାଜିବ ତୋ ରାଧା ।।
ପ୍ରେମ ଏକ ଅଦୃଶ୍ୟ ବିରହ ଯନ୍ତ୍ରଣା
ମୋ ମନ ଭ୍ରମର
ତୋ ହୃଦ ପଦ୍ମେ ପଡିଛି ବନ୍ଧା
ମୁଁ ହୁଏ ଅଧିର ତୋ ପ୍ରେମ ବିନା
ତୁ ଆସିଲେ
ଆକାଶେ ହସିବ ଚାନ୍ଦିନି ଜହ୍ନ
ମୋ ବଂଶୀରୁ ଝରିବ ବିରହ ପ୍ରେମ ।।
ଜଳିବ ପୁଣି ପ୍ରେମର ବହ୍ନି
ଗୋପନେ ଫୁଟିବ ପ୍ରିତିର କଳି
ଆମ ଗାଁ ତମାଳ ବନେ
ନାଚିବ ପ୍ରିତି ଚନ୍ଦ୍ରିକା
କଦମ୍ବ ମୂଳେ ପୁଣି ଝରିବ ସୁଧା
କହଲୋ ମାନିନୀ ମାନମୟୀ
ତୁ କେବେ ସାଜିବୁ ମୋ ରାଧା ।।