STORYMIRROR

Hemanta Patra

Romance

4  

Hemanta Patra

Romance

ତୁ କେବେସାଜିବୁ ରାଧା

ତୁ କେବେସାଜିବୁ ରାଧା

1 min
13

  ପଥ ପାର୍ଶ୍ବରେ ପାଇଲାଣି ଶୋଭା

   କୃଷ୍ଣଚୁଡାର ରକ୍ତବର୍ଣ୍ଣ ପୁଷ୍ପ

   ଆମ୍ର ଉଦ୍ୟାନେ ଚହଟିଲାଣି

      ବଉଳର ବାସ

    ନଈପଠାରେ ହଲିଝୁଲି

     ହସିଲାଣି କାଶତଣ୍ଡି

   ଯମୁନା ସାଜି ଗାଁ ନଈ ନାଳ

     ବହିଲାଣି ଥିରି ଥିରି

  ମଳୟ କହିଲାଣି କାନେ କାନେ

     ଆସୁଛି ବସନ୍ତ ।।

  ମୁଁ କୃଷ୍ଣ ସାଜି ବସିଛି ଅନାଇ

ବଂଶୀ ମୋର ଅଭିମାନେ ରହିଛି ମଉନ

  ଅଧିର ହେଲେଣି ଗ୍ରାମ୍ୟ ଲଳନା

   ସାଜିବାକୁ ଗୋପ ନାରୀ

    କଦମ୍ବ ପଚାରୁଛି ନିତି

       ରେ କାହ୍ନା

      ତୋ ସୁନୟନା

  କେବେ ସାଜିବ ତୋ ରାଧା ।।

 ପ୍ରେମ ଏକ ଅଦୃଶ୍ୟ ବିରହ ଯନ୍ତ୍ରଣା

     ମୋ ମନ ଭ୍ରମର

  ତୋ ହୃଦ ପଦ୍ମେ ପଡିଛି ବନ୍ଧା

  ମୁଁ ହୁଏ ଅଧିର ତୋ ପ୍ରେମ ବିନା

      ତୁ ଆସିଲେ

  ଆକାଶେ ହସିବ ଚାନ୍ଦିନି ଜହ୍ନ

 ମୋ ବଂଶୀରୁ ଝରିବ ବିରହ ପ୍ରେମ ।।

   ଜଳିବ ପୁଣି ପ୍ରେମର ବହ୍ନି

  ଗୋପନେ ଫୁଟିବ ପ୍ରିତିର କଳି

    ଆମ ଗାଁ ତମାଳ ବନେ

     ନାଚିବ ପ୍ରିତି ଚନ୍ଦ୍ରିକା

  କଦମ୍ବ ମୂଳେ ପୁଣି ଝରିବ ସୁଧା

   କହଲୋ ମାନିନୀ ମାନମୟୀ

  ତୁ କେବେ ସାଜିବୁ ମୋ ରାଧା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance