STORYMIRROR

Hemanta Patra

Inspirational

3  

Hemanta Patra

Inspirational

ଗାଉଥିବି ଗୀତ

ଗାଉଥିବି ଗୀତ

1 min
183

     ଶୁଣ ଶୁଣରେ ମୀତ

   ଗାଇବି ନାହିଁ ମୁଁ ନୂୂୂଆ ଗୀତ

   ଚେହେରା ମୋର ଉନ୍ମୋଚିତ

      କ୍ଷତ ବଡ ଗଭୀର

    ତୁଟି ଯାଇଛି ସବୁ ଭ୍ରମ

     ମୁଁ ସମ୍ପୂର୍ଣ୍ଣ ଭୟଭୀତ

  ଗାଇବି ନାହିଁ ମୁଁ ନୂୂୂଆ ଗୀତ ।


      ପିଠିରେ ଖୋଦିତ

     ଛୁରି ଭଳି ଅର୍ଦ୍ଧ ଚନ୍ଦ୍ର

    ରାହୁ ଭଳି କରେ ଗ୍ରାସ

    ଆସେ ଯେତେବେଳେ

       ମୁକ୍ତିର କ୍ଷଣ

  ବାନ୍ଧି ହୋଇଯାଏ ଗୋଡ ହାତ

  ଗାଇବି ନାହିଁ ମୁଁ ନୂଆ ଗୀତ ।


     ଲାଗି ଯାଇଛି ଏମିତି

      କାହାର ନଜର

   କାଚ ଭଳି ଯାଇଛି ଭାଙ୍ଗି

        ସବୁ ସହର

    ନିଜ ଲୋକଙ୍କ ଭିତରେ

      ପାଉନି ଖୋଜି

    କିଏ ଆପଣାର ମୀତ

  ଗାଇବି ନାହିଁ ମୁଁ ନୂଆ ଗୀତ ।


 ଲେଖୁ ଲେଖୁ ମନ ଗଲା ବଦଳି

     ଇଛା ହେଲା ପୁୁଣି

   ଲେଖିବାକୁ ନୂଆ ଗୀତ

      ଲେଖୁ ଲେଖୁ

   ଗାଉଥିବି ମୁଁ ନୂଆ ଗୀତ ।


ହେଉ ପଛେ ଛିନ୍ନ ବୀଣାର ବେସୁରା ଗୀତ

      ଶୁଣି ସେହି ଗୀତ

ପଥର ଛାତିରେ ଅଙ୍କୁରିତ ହେବ ନୂଆ ବୀଜ

 ଝରି ପଡୁଥିବ କୋଇଲିର ଅସରନ୍ତି ଦୁଃଖ

    ଦେଖି ପୁରୁବ ଦିଗରେ

 ଉଦିତ ସୂରୁଜର ରକ୍ତିିିମ ଆଲୋକ

  ଗାଉଥିବି ମୁଁ ନୂଆ ଗୀତ ।


     କିଏ ଯୋଡିବ

  ଭାଙ୍ଗି ଯାଇଥିିିବା ସପନ

 କିଏ ବୁୁୁଝିବ ହୃଦୟର ବେଦନା

କେବଳ ଆଖି ପଲକରେ ହେବ ସମାୟିତ

  ହାରିବି ନାହିଁ  ଲଢିବି ନାହିଁ

 ଲିଭାଇ ଦେବି କାଳ କପାଳର

    ସୃଜନାତ୍ମକ ଗୀତ

 ଗାଉଥିବି ମୁଁ ନୂଆ ଗୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational