STORYMIRROR

Hemanta Patra

Romance

2  

Hemanta Patra

Romance

ତୁ ଆଉ ମୁଁ

ତୁ ଆଉ ମୁଁ

1 min
161

ତୁ ଆଉ ମୁଁ

ସ୍ୱପ୍ନ ଭିଜା ଶୀତ ସକାଳର

ଘାସ ଗାଲିଚା ଉପରେ

ଢଳ ଢଳ ହେଉଥିବା

ଦୁଇ ଟୋପା କାକର ।।


ସତେ ଅବା

ମୋତି ଆଉ ମୁକୁତାର ବିନ୍ଦୁ ।।


ମିଶିଗଲେ ଆମେ

ଜୀବନ ରାସ୍ତାରେ ।।


ଜୀବନ ରାସ୍ତା ଆମକୁ

ଯେମିତି ଯେଉଁଆଡେ ନେଲା

ଆମେ ସେଇ ରାସ୍ତାର

ପଥିକ ହେଲେ ।।


ତା ପରେ


ତୁ ଆଉ ମୁଁ ମିଶି

ହୋଇଗଲେ

ଏକ ନଦୀର ଧାର ।।


ଶବ୍ଦରେ ଶବ୍ଦ ଯୋଡି

ପଦରେ ପଦ ମିଶାଇ

ଗାଇ ଜୀବନ ସଙ୍ଗୀତ

ମିଶିଗଲେ ସାଗରେ ।।


ହଁ

ତୁ ଆଉ ମୁଁ

ହୋଇଗଲେ ଏକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance