Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DrTapan Kumar Panda

Inspirational

3  

DrTapan Kumar Panda

Inspirational

ସନେଟ୍ - ମମତା

ସନେଟ୍ - ମମତା

1 min
149


ଅଜଣା ପଥର ପଥିକ ରେ ଧନ

ହୁଅନାରେ ଆତ୍ମହରା

ପଦେ ପଦେ ଏଠି କାଳକେଶରୀର

ଚକ୍ରବ୍ୟୁହ କରେ ଲୀଳା ।

ମଧୁଜଳାଛନ୍ନ ଛଳନାର ପଙ୍କେ 

କୁଟିଳ ଶୃଗାଳ ମେଳା

ଅବୋଧ ଲୋଳ ତୁ କାହୁଁ ବା ବୁଝିବୁ

କେତେ ଯେ ଜଟିଳ ଧରା ।

ମାଳମାଳ ଖଳ-ନକ୍ର ଯେ ପ୍ରବଳ

ତୃଷାଜଳେ ଏଠି ଭରା

ଦଶନ-ଅର୍ଗଳ ପଲକେ ବେଢିବ 

ତୁଳା ତୋ ବଳାକାଗଳା ।

ଜନନୀ ହୃଦୟ ତୁ କାହୁଁ ବୁଝିବୁ

ବାଳୁତ ମତି ଅଧୀରା

କରେ କରଛନ୍ଦି ତନୁ ଛାଇ ଢାଳେ

ତହୁଁ ରେ ଏକୋଇବଳା ।

ପଦେ ପଦେ ପାନ୍ଥ ପଥ ଦୁର୍ବିସହ

ଜତୁଗୃହ ପାନ୍ଥଶାଳା

ଜାଗ୍ରତେ ବାହିବୁ ଭେଳା

ମମତାର ଛାଇ କେବେ ଲିଭିଯିବ

କେହି ତ ଜାଣିନି ପରା ।


Rate this content
Log in