STORYMIRROR

DrTapan Kumar Panda

Classics

4  

DrTapan Kumar Panda

Classics

ଜୀବନ

ଜୀବନ

1 min
49

ଛୁଇଁଥିଲି ମାଟି ଏକା ସିନା ଆସି

ଏକା କି ପାରିଲି ବଢି

କାହା ହାତ ଧରି ଚାଲି ମୁଁ ଶିଖିଲି

ଶତବାର ଉଠି ପଡି

ଲହକା ମୋ ଶିରେ ଅହଙ୍କାର ଭରେ

କ୍ଷଣିକ ଯୌବନପେଡି

କ୍ଷଣେ କାଳକଣ୍ଟା ମୋଡିଦେଇ ଅଣ୍ଟା

ଭୂଇଁରେ ଦେବ କଚାଡି

ପରଖି ଜୀବନନାଡି

ମୈତ୍ରୀ ଆଶାବାଡି ରଖୁଛି ସଜାଡି

ଚାଲିବାକୁ ହାତେ ଧରି।।

ଭୋକପାଇଁ ଫଳ ଶୋଷପାଇଁ ଜଳ

ଶ୍ବାସପାଇଁ ଯେତେ ବାୟୁ

କିବା କେ ସୃଜିଛି ଭୋଗେ ସବୁକିଛି

ଥିବା ଯାଏ ଭବେ ଆୟୁ

ଋଣ ପରେ ଋଣ କରି ବି ଅଧମ

ଦେଖାଉ ଆପଣା ଦାଉ

ଦି ଦିନିଆ ଏଇ ଭଡାଘରେ ରହି

ମୋର ମୋର କେତେ ହେଉ

କାହାକୁ କି ଅବା ଦଉ

ନିଜ ମନଫୁଲେ ଭରା ଅଛି ବାରେ

ବିତରି ଯା ମୈତ୍ରୀ ମହୁ।।

କାମନାର ମେଘ ବରଷି ବରଷି

ଏ ମନେ କାଦୁଅ ଭରା

ଯହିଁ ପାଦ ରଖେ ଲାଖେ ଖାଲି ପଙ୍କେ

ଭୋଗୁଛି ଖାଲି ଘୋଷରା

ପଙ୍କକୀଟ ପରି ସ୍ବାର୍ଥପଙ୍କ ବୋଳି

ହେଲିଣି ଅବୋଲକରା

ଅନର୍ଥରେ ବ୍ୟର୍ଥ ଜୀବନର ଅର୍ଥ

ତିଳେହେଁ ନ ବୁଝେ ପରା

ସାଜିଥାନ୍ତି ହେଲେ ହୀରା

କଳଙ୍କ ଅଙ୍ଗାରେ ସଢି ସଢି କାଳେ

ମଣ୍ଡିଥାନ୍ତି ଦିବ୍ୟଗଳା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics