STORYMIRROR

DrTapan Kumar Panda

Tragedy Others

3  

DrTapan Kumar Panda

Tragedy Others

ଅନ୍ତର୍ଦାହ

ଅନ୍ତର୍ଦାହ

1 min
120

ଅନଳବର୍ତ୍ତିକା ଦେଖାଇଲା ପଥ

କେତେ ପ୍ରଗତିରେ ହୋଇ ମଗ୍ନ

ସ୍ବାର୍ଥାନଳ ଜାଳି ପ୍ରକୃତି ଜଳାଇ

ନିଜ ଚାରୁ ଧରା କରି ଦୀର୍ଣ୍ଣ।।

କୃତ୍ରିମ ଗରଳେ ବିବର୍ଣ୍ଣ ମାନବ

ଯେବେ ଗ୍ରହାନ୍ତରେ ରୁଦ୍ଧପ୍ରାଣ

ଭ୍ରମି ଗିରିଦ୍ବାର ସେ ଅନ୍ଧଗହ୍ବରେ 

ଖୋଜେ ଅତୀତର ପଦଚିହ୍ନ।।

ଭାଳେ ଆପଣାର କର୍ମ ମାନ

ଅଳକା ସମ ଏ ଧରଣୀ ପ୍ରାଙ୍ଗଣ

ଦିଶେ ବିବର୍ଣ୍ଣ ଏକ ଶ୍ମଶାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy