Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ମମତା ଡୋରି

ମମତା ଡୋରି

1 min
187


ମମତା ଡୋରିରେ ବନ୍ଧା ଏ ସମ୍ପର୍କ

ବିଧାତାର ଆଶୀର୍ବାଦ

ରଙ୍କୁଣୀ ଧନରେ ଭାଙ୍ଗିବନି କେବେ

ସମ୍ପର୍କର ସେତୁବନ୍ଧ ।

ମୁଁ ଥିବାଯାଏଁ ଆଖି ପଲକରେ

ରଖିଥିବି ଧନ ତୋତେ

ଆସୁ ପଛେ ଯେତେ ବାଧା କି ବିପତ୍ତି

ଦୁଃଖ ହେଉପଛେ ମୋତେ ।

ଭାରି ସ୍ୱାର୍ଥପର ମଣିଷ ଜାତିଠୁ

ରହିବୁ ତୁ ଦୂରେ ଦୂରେ

ଚମଡା,ଦାନ୍ତର ଲୋଭରେ ପାଗଳ

ଜୀବନ ତୋ' ନେଇପାରେ ।

ସାଥେ ସାଥେ ମୋର ରହିଥିବୁ ସଦା

ଏଇ ବନ ଆମଘର

ମୋ'ଠାରୁ ଦୂରେଇ ଯିବୁ ଯଦି ବାୟା

ହୃଦୟ କାନ୍ଦିବ ମୋର ।

ପଶୁ ହୋଇଲେ ବି ମାଆ ମନ ମୋର

ତୋ' ଖୁସିରେ ହୁଏ ତୋଷ

ନିଜେ କଷ୍ଟ ସହି ତୋ' ଜୀବନରେ

ବୁଣୁଥିବି ମୁଁହିଁ ହସ ।


Rate this content
Log in

Similar oriya poem from Inspirational