ଆଶାର ନୂଆ କିରଣ
ଆଶାର ନୂଆ କିରଣ
ଆସ ଆମେ ଆଶାର ନୂଆ କିରଣ ଜାଳିବା
ନୂଆ ଚିନ୍ତା ଆଉ ଚେତନାରେ ଆଗକୁ ବଢିବା
ଶ୍ରେଷ୍ଠ ଜୀବ ହୋଇ ଆମେ କାଇଁ ବିପତ୍ତିକୁ ଡରିବା
ଆମେ ମିଳିମିଶି ଏକ ନୂଆ ଓଡ଼ିଶାକୁ ଗଢ଼ିବା....(୧)
ବାତ୍ୟା ଆସୁ ବନ୍ୟା ଆସୁ ,ଆସୁ ଯେତେ ଦୁର୍ବିପାକ
ସୁଖରେ ଦୁଃଖରେ ଆମେ ସାଥୀ ହୋଇ ମିଳିମିଶି ରହିବା
ଫାଇଲିନ,ତିତିଲି,ହୁଡହୁଡ ଅବା ଫନି ଭଳି ଝଡ କୁ
ନ ଡରି ଆମେ ମିଳିମିଶି ସାମ୍ନା କରିବା...(୨)
ସବୁଥର ପରି ପ୍ରକୃତି ଯେବେ ନେଇଯାଏ ଆମଠୁ କିଛି
ବଦଳରେ ଦେବାକୁ ଚେଷ୍ଟା କରେ ଆଶାଠୁ ଅନେକ କିଛି
ବିପର୍ଜୟରୁ ଶିକ୍ଷା ନେଇ ଆମେ ହେଲେ ଚତୁର
ସଚେତନ ହୋଇ କାମ କରିଲେ ବଢିବ ଓଡ଼ିଶା ମାନ ମହତ..(୩)
କଳିଙ୍ଗର ବୀର ଆମେ ଶିଖିନାହୁ ସହଜେ ହାରିବା
ପରାଜୟର ଆତଙ୍କେ ଘରକୋଣରେ ଲୁଚି ରହିବା
ମହାପ୍ରଭୁ ଜଗନ୍ନାଥ ସଦା ଅମର ସାହା ଭରସା
ଆଶିଷେ ତାଙ୍କରି ଆମେ ସ୍ୱପ୍ନର ରାଜ୍ୟ ଗଢିବା...(୪)
ଆମେ ଓଡ଼ିଆ ଆମ ଭାଷା କେତେ ବଢିଆ
କେତେ ଉଚ୍ଚକୋଟୀର ଆମ ସଂସ୍କୃତି
ଵଣ-ଜଙ୍ଗଲ, ନଦୀ-ଝରଣା , ପାହାଡ଼-ପର୍ବତ
ଅତି ଅମୂଲ୍ୟ ଅଟେ ଆମ ପ୍ରାକୃତିକ ସଂପତ୍ତି...(୫)
ଏଇ ମାଟିରେ ଚଣ୍ଡାଶୋକ ହୋଇଥିଲା ଧର୍ମାଶୋକ
ହିଂସାର ପଥ ଛାଡ଼ି ବଛିଥିଲା ଶାନ୍ତିର ପଥ
ଧର୍ମର ବାଣୀ ପ୍ରଚାର କରି ସାରା ଜଗତେ
ଗଡ଼ାଇଥିଲା ବୌଦ୍ଧ ଧର୍ମର ବିଜୟ ରଥ...(୬)
ଉଠ ଓଡ଼ିଆ ଆମେ ନୁହଁ କୋଢିିଆ
ସ୍ବାର୍ଥ ଲାଗି କାହିଁ ଲୋକହସା ହୋଇବା
ଛୋଟଠୁ ବଡ, ଦୁଃଖୀଠୁ ରଙ୍କୀ ସବୁ ମିଳିମିଶି
ଶ୍ରେଷ୍ଠ ,ଏକ ଆଉ ଅଖଣ୍ଡ ଓଡ଼ିଶାକୁ ପୂଜିବା...(୭)
