Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmayee Naik

Inspirational Others

3  

Jyotirmayee Naik

Inspirational Others

ବିଶ୍ୱାସ ବିନା କି ରୁହେ ବନ୍ଧୁତ୍ଵ

ବିଶ୍ୱାସ ବିନା କି ରୁହେ ବନ୍ଧୁତ୍ଵ

1 min
174


ବିଶ୍ୱାସର ବନ୍ଧୁତ୍ବକୁ ପ୍ରଶ୍ନ ଏକ ଥର

ଅଛି କି ଅସ୍ତିତ୍ବ ମୋ ବିନା ତୁମ୍ଭର

ବନ୍ଧୁତ୍ୱ ଏଣିକି ହୋଇ ଆଗଭର

ଦେବାକୁ ପ୍ରସ୍ତୁତ ପ୍ରଶ୍ନର ଉତ୍ତର ।

ତୋ ବିନା ଅସ୍ତିତ୍ବ ନାହିଁରେ ମୋହର

ବଖାଣିବି ଏବେ ଗୁରୁତ୍ୱ ତୋହର

ତୁ ଥିଲେ ସୁନ୍ଦର ଏ ସାରା ସଂସାର

ତୋ ବିନା କ୍ଷଣିକେ ହେବ ଛାରଖାର ।

ମୋହରି ମାଧ୍ୟମେ ଚାଲିଛି ସଂସାର

ମାଧ୍ୟମ ସିନା ମୁଁ ତୁହି ଏକା ସାର

ତୁ ସାଥିରେ ଥିଲେ ପର ଆପଣାର

ନ ରହିଲେ ତୁହି ଆପଣାର ପର ।

ଗଛ ହେଲେ ମୁହିଁ ବୀଜ ତୁ ମୋହର

ଧ୍ବଂସ ହେଲେ ତୁହି ବୁଡ଼େ ମୋ ସଂସାର

ରହିଥିବୁ ସଦା ସାଥିରେ ମୋହର

ଅନୁରୋଧ କରେ ତତେ ବାରମ୍ବାର ।


Rate this content
Log in

Similar oriya poem from Inspirational