STORYMIRROR

Jyotirmayee Naik

Others

3  

Jyotirmayee Naik

Others

ଏ କେମିତିକା ବିଡ଼ମ୍ବନା ??

ଏ କେମିତିକା ବିଡ଼ମ୍ବନା ??

1 min
122

ଏ କେମିତିକା ବିଡ଼ମ୍ବନା ??

କିଏ କରିଚାଲେ ଭୁଲ ପରେ ଭୁଲ

କିଏ ପାଏ ନିର୍ଯ୍ୟାତନା ??


ଅସହାୟ ପରି, ଗୋଡ଼ ନାହିଁ ବୋଲି

ଯେ ଦାଣ୍ଡ ଦୁଆରେ

ସବଳ ବ୍ୟକ୍ତିଟେ ଅଭିନୟ କରେ,

ସେ ଦାଣ୍ଡ ଦୁଆରୁ ପ୍ରକୃତ ଅକ୍ଷମ

ଜୋତା-ମାଡ଼ ଖାଇ ଫେରେ,

ନିର୍ଯ୍ୟାତନା ସହି, କପାଳକୁ ନିନ୍ଦି

ଭୋକ ଉପାସରେ ମରେ ।।



Rate this content
Log in