STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ଅଭ୍ୟାସ ବଳେ କାର୍ଯ୍ୟସିଦ୍ଧି

ଅଭ୍ୟାସ ବଳେ କାର୍ଯ୍ୟସିଦ୍ଧି

1 min
329

ଅଭ୍ୟାସ ବଳେ କାର୍ଯ୍ୟସିଦ୍ଧି

ଅଭ୍ୟାସ ବଳରେ ହୁଅଇ ପ୍ରାପତ

ସାଧନା ଓ ସିଦ୍ଧି କର୍ମଯୋଗ

ସେ ଅଭ୍ୟାସ ଦିନେ ପହଞ୍ଚାଇଦେବ

ଉତ୍ତଙ୍ଗଶିଖରେ ସଫଳଭାଗ୍ୟ ।।୧।।

ପାଠ ପଢା ସହ ଶାଠର ଅଭ୍ୟାସ

ବାଳୁତ କାଳୁ ହିଁ ବାରି ହୁଏ

ବାରଣ ନକରି ପ୍ରୋତ୍ସାହନ ଦେଲେ

ଆଗକୁ ଆଗକୁ ମାଡିଯାଏ ।।୨।।

ପିତାମାତାଙ୍କୁ ମୁଁ କରେ ନିବେଦନ

ଶିଶୁଟି ନହେଉ ପୁସ୍ତକ କୀଟ

ଖେଳକୁଦ ଆଉ ଗୀତନାଚାଦିରେ

ସର୍ବାଙ୍ଗେ ଉନ୍ନତି ହେଉ ପୁଷ୍ଟ ।।୩।।

ପାଠ ବେଳେ ପାଠ ଶାଠ ବେଳେ ଶାଠ

ସମୟ କରିବ ନିର୍ଦ୍ଧାରଣ

ସମନ୍ବୟ ରଖି କାର୍ଯ୍ୟ କରିଗଲେ

ହୋଇପାରିବ ତୁମେ ମହାନ ।।୪।।

ପରିବାର ଆଉ ଦେଶର ଗୌରବ

ଅର୍ଜନ ତୁମେ କରିପାରିବ

ଖେଳ ଓ ଅଫିସ ସମ୍ଭାଳିପାରିବ

ଅସମ୍ଭବ କେବେ ନ ଭାବିବ ।।୫।।



Rate this content
Log in

Similar oriya poem from Inspirational