ପ୍ରୀତି ଦେଲେ ଛାୟା
ପ୍ରୀତି ଦେଲେ ଛାୟା
ପ୍ରୀତି ଦେଲେ ଛାୟା କିଏ କହେ ମାୟା
କିଏ କହେ ସବୁ ସ୍ଵାର୍ଥ
ତନୁରେ ତଲ୍ଲୀନ ଯା ମନ ଆସିନ
ତାମନ ତାଠାରେ ଅସ୍ତ
ଏଇତ ପୀରତି ସଂସାରର ନିତି
ସଂସାରୀ ଜୀବନ ଅର୍ଥ।
ପ୍ରୀତି ମତି ଗତି ଛନକାଏ ଛାତି
ହୃଦୟରେ ଆସେ ପଶି
ପାଇବାକୁ ମନ ହୁଏ ଉଦ୍ୱେଳନ
ହେଉ ପଛେ କାର ଦୋଷୀ
ମନ ପୀଡା ତାର ମନେ ରହିଯାଏ
ନପାରିଲେ ତାକୁ ତୋଷି।
ସରାଗେ ବସିଲେ ଚଇତି ପବନ
ଆସୁଛି କି ଲାଗେ ମନେ
ଫଗୁଣ ବୋହିନି ସମୀରେ ସମୀରେ
ମଗୁଶୀର କହେ କାନେ
ମୁଁ ପରା ପିରତୀ ପ୍ରୀତିର ସାଗର
ପ୍ରୀତି ମଞ୍ଜି ବସି ବୁଣେ।
ପ୍ରଣୟୀ ପ୍ରତ୍ୟାଶୀ ହେଲେ ମତ୍ତକାଶି
ମଦମତ୍ତ ମନ ମୋହେ
ମଦାଳସା ଯଦି ପ୍ରଣୟିନୀ ହୁଏ
ମଦନ କି ଆଉ ରହେ
ମଦନ ପରାୟ ମଦନ ଆନନ୍ଦ
ରତି ରଙ୍ଗେ ସବୁ ସହେ।
ପ୍ରୀତି ମଧୁରିମା ଜୀବନ ଗାରିମା
ସମ୍ପର୍କର ମଧୁମତି
ଜୀବନ ସର୍ହଦ ହେଉଥାନ୍ତି ପାରି
ଚାଲୁଥିଲେ ହୋଇ ସାଥି
ବିଷୟା ବିଷୟୀ ହେଉଥିଲେ ଧ୍ୟାୟି
ବିଲକ୍ଷିତ ହୁଏ ପ୍ରୀତି ।