ମଳୟ ମଧୁପ
ମଳୟ ମଧୁପ
ମଳୟ ବୋହିନି ମଧୁପ ଆସିନି
ଆସିନାହିଁ ମଧୁକାଳ
ମଧୁକର କିନ୍ତୁ ମଧୁ ନେବା ଆଶେ
ଖୋଜୁଥାନ୍ତି ମଧୁ ବେଳ ।
ସପ୍ତା ସମାରୋହ ଭାଲେଣ୍ଟାନି ମୋହ
ସାତ ଦିନେ ସମାପନ
ରୋଜ ଦିନ ଠାରୁ ହଗ୍ ଦିନ ଯାଏ
ଯୁବା ମନ ଛନ ଛନ ।
ପାଗ ଅନୁକୂଳ ପଶ୍ଚିମ ସକଳ
ଏହି ମାସେ ତେଣୁ ବନ୍ଧା
ପୁରୁବେ ପରବ ନୁହେଁ ପରାଗତ
ପରାନୁକରଣେ ଫନ୍ଦା ।
ବସନ୍ତରେ ରାସ ରାଧାକୃଷ୍ଣ ରସ
ଭକ୍ତି ପ୍ରେମ କର୍ମ ସୁଖ
ପ୍ରେମର ପୁଲକ ପାଆନ୍ତି ଉତ୍ସୁକ
ତୃଷାର୍ତ୍ତ କୁ ବଳାହକ ।
କୃଷ୍ଣ ପ୍ରେମେ କୃଷ୍ଣ ଦେଖୁଛି ବା କିଏ
ମଦମତ୍ତେ ଚର୍ମାନନ୍ଦ
ଅନ୍ଧ ହୋଇ ଯାଏ ବିବେକ ବିଚରା
ସତେ କି ପରମାନନ୍ଦ ।
ଭାଲେଣ୍ଟାଇନ ଯା କରିଥିଲେ କେବେ
କରୁଛି ବା କିଏ ତାକୁ
ପ୍ରତୀକ ଧର୍ମରେ ପ୍ରେମ ପରିଭାଷା
ପାଶ୍ଚାତ୍ୟ କରିଛି କାବୁ ।
ପ୍ରପୋଜ ଡେ ପରେ ବ୍ରେକ ଅପ୍ ଆସେ
ପ୍ରେମ ପର୍ବେ ଏକ ଧାରା
ଯୁବକ ଯୁବତୀ ବେଳହୁଁ ବିଳାସୀ
ଦେଉଛନ୍ତି ଯାହା ନାରା।