STORYMIRROR

Nilakantha Nayak

Romance

3  

Nilakantha Nayak

Romance

ପ୍ରିୟତମା

ପ୍ରିୟତମା

1 min
214

ହୃଦୟର ଚିଲିକା ତୀରେ,

ମନ ଚନ୍ଦ୍ରଭାଗା ଚାରୁ ବେଳାରେ,

ତୁମେ ସ୍ମୃତିର ଅଫେରା ସୁବର୍ଣ୍ଣରେଖା ।


ତମ ଇସାରାର ତପ୍ତପାଣି ଵାରିରେ,

ଆତ୍ମହରା ଦିବାନିଶି ଖିଆଲି ତାତିରେ,

ତୁମେ ପ୍ରୀତିର ଅଭୂଲା ଅଭିଲାଷା ।

 

ଶୀଖରୀ କଠିନ ଧୂସର ବକ୍ଷରେ ,

ଭୂଧରରୁ ଝରା ପୟସ୍ଵିନୀ ଧାରରେ,

ତୁମେ ଅଲିଭା ଅକ୍ଷରର ଶୋଭନ ଲେଖା।


ବ୍ଯୋମର ବିସ୍ତାରିତ ନିଳାଭି ବକ୍ଷରେ,

କଳାନିଧିର ବିଝୁରିତ କୋମଳ ଜୋସ୍ନାରେ

ତୁମେ ପ୍ରମୋଦ ଚଞ୍ଚଳାର ଅଲିଭା ଶିଖା ।


ପ୍ରଭଞ୍ଜନର ମୃଦୁ ତରଙ୍ଗର ସ୍ପର୍ଶରେ,

ଅମ୍ବୁଧ ର ଅସ୍ଥିର ଲହରୀର ନାଦରେ,

ତୁମେ ମନୋହର ତୃପ୍ତିର ସମ୍ମୋହିତ ଆଶା ।


ସରସୀର ଶୁଭ୍ର ଉଦକ ରାଶିରେ,

ପ୍ରସୂନ ପଙ୍କଜର କୋମଳ ପାଖୁଡ଼ା ରେ,

ତମେ ଅମାପ ସ୍ମୃତିର ଅମ୍ଲାନ ଗାଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance