STORYMIRROR

Kailash Chandra Behera

Romance

3  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
169


ରମଣିମଣି ପ୍ରାଣ ମିତଣି

        ଛାଡ଼ି ରହିଲ ଦୂରେ ,

ଜୀବନବନ ହୁଏ ଦହନ 

        ଯିବ ଶମନପୂରେ ।


ଯୁବତୀବତୀ ଲଗାଇ ଛାତି

        ବିତାଏ ଉଜାଗରେ ,

ସୁନ୍ଦର ଦରହାସ ମଧୁର 

        ମୁଖ ନାଚେ ଆଖିରେ ।


କୁରଙ୍ଗୀରଙ୍ଗୀ ନେତ୍ର ଅପାଙ୍ଗୀ

        ଚାହିଁବା ଭଙ୍ଗୀ କରି ,

କମଠମଠ ଗତି ଆକଣ୍ଠ 

        ଆନନ୍ଦେ ଯାଏପୂରି ।


ବିକଶିକଷି ଡାଳିମ୍ବ ଦିଶି 

        ନାସିକା ପଟାନ୍ତର ,

କୁନ୍ତଳ ତଳ ଭାଗକୁ ଲୋଳ 

        ହୋଇ ଦିଶେ ସୁନ୍ଦର ।


କେଶରୀସରି କଟି ଯେପରି

        କ୍ଷୀଣ ପ୍ରକାଶୁଥାଏ ,

ଶଙ୍କରକର ଡମ୍ବରୁ ମୋର

         ମନରେ ପଡ଼ି ଯାଏ ।


କମର ମରକତ ପଥର 

         ପରାୟ ଦିଶେ ତୋରା ,

ଜଘନଘନ ରମ୍ଭା ସମାନ 

         ଚିକ୍କଣ ଆଉ ଗୋରା ।


ଉରଜ ରଜନୀରେ ସହଜ

         ଦେଖିବା ମୋ ପକ୍ଷରେ, 

ଅଧର ଧର କ୍ଷଣ ସୁଧାର

        ପାନ ଇଚ୍ଛା ଲୋଭରେ ।


କିଙ୍କିଣିକିଣିକିଣି ବାଜେଣି

         ସମ୍ଭୋଗ କଲାବେଳେ,

ମଦନମଦ ତୁଚ୍ଛ ବିଷାଦ 

        ମନେ ହୁଏ ସେ ବେଳେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance