STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ଫୁଲେଇ ପ୍ରେମିକା

ଫୁଲେଇ ପ୍ରେମିକା

1 min
174

ବହୁଦିନ ପରେ ସହରୁ ଗାଁଆକୁ

   ବୁଲିବାକୁ ଟିକେ ଗଲି,

ଗାଁର ପାଣିରେ ଗାଁ ପବନରେ

   ନୂଆ ସ୍ଵପ୍ନ ମୁଁ ଦେଖିଲି।


ଦିନେ ସଞ୍ଜବେଳେ ଗାଁ ମନ୍ଦିରକୁ

   ବୁଲିବାକୁ ଯାଇଥିଲି,

ମନ୍ଦିର ଭିତରେ ଗାଁ ଝିଅ କେତେ

   ଜାଳୁଥିଲେ ବସି ଦୀପାଳୀ।


ଝିଅଟି ଉପରେ ନଜର ମୋହର

   କାହିଁ ଗଲା ତ ଅଟକି, 

ଧ୍ୟାନ କରୁଥିଲା ବସି ଏକା ସିଏ

   ଲାଗୁଥିଲା ନିରିମାଖି। 


ହଲଦି ରଙ୍ଗର ଚୁଡିଦାର ତାର

  ଲାଗୁଥିଲା ଭାରି ସୁନ୍ଦର, 

ବାଦାମୀ ରଙ୍ଗର ଗୋରା ଦେହ ତାର 

  ହଟିଲାନି ମୋର ନଜର। 


ପାନପାତ୍ର ପରି ମୁହଁଟି ତାହାର 

  ଜହ୍ନଠାରୁ ବେଶୀ ସୁନ୍ଦର, 

ସଦ୍ୟ ପ୍ରସ୍ଫୁଟିତ ପରି ତାର ଓଠ

  ସେତ ଗୋଲାପି ରଙ୍ଗର। 


ଘନକୃଷ୍ଣ କେଶ ଅଟେ ତା ବିଶେଷ 

   ଲମ୍ବା ବେଣୀ କରିଥିଲା, 

ପରିଟିଏ ପରି ଲାଗୁଥିଲା ସିଏ

   ମନ ମୋର ମୋହି ନେଲା। 


ମୋ ଆଖିରେ ଯେବେ ତା ଆଖି ମିଶିଲା

   ତଳକୁ ଅନେଇ ଦେଲା,

ଟେକିଲାନି ମୁହଁ ଯେତେ ମୁଁ ଚାହିଁଲି 

  ସେଠାରୁ ପଲାଇ ଗଲା।


କିଛି ଦିନ ପରେ ମନ କଥା ମୋର 

  ଖୋଲି ମୁଁ କହିଲି ତାକୁ

ସବୁ କଥା ମୋର ଶୁଣି ସିଏ 

  ହସିଲା ଚାହିଁ ତଳକୁ ।


ଫୁଲେଇ ପ୍ରେମିକା ଦେଲାନି ଉତ୍ତର 

  ଚାଲିଗଲା ହସି ଦେଇ,

ଆଜି ବି ସେ ହସ ମନେ ଢେଉ ମାରେ

  ବସିଛି ତା ବାଟ ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance