ତୁମ ପାଇଁ
ତୁମ ପାଇଁ
ପ୍ରଥମ ଦେଖାରେ କରିଲ ନିଜର
ଆଖିରେ ମିଶାଇ ଆଖି
ସେହିଦିନ ଠାରୁ ତୁମେ ତ ଲାଗିଲ
ଆପଣାର ବେଶୀ ବେଶୀ ।
ଭଲପାଇବାର ସ୍ୱପ୍ନ ଦେଖାଇଲ
କେତେ ଆପଣାର କରି
ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର
ମୋ ମନରେ ଦେଲ ଭରି ।
ଆଖିରୁ ଅନ୍ତର ହୋଇଗଲେ ତୁମେ
ବିରହରେ ହୁଏ ଘାରି
ମନ ମୌସୁମୀ ରହି ପାରେ ନାହିଁ
ହୁଏ ଖାଲି ଝୁରି ଝୁରି ।
ତୁମ ସ୍ମୃତି ଆଜି ମୋ ମନ ବେଳରେ
ନିଇତି ପିଟୁଛି ମଥା
ଭୁଲିଯିବ ନାହିଁ ଭୁଲିପାରିବିନି
ତୁମରି ଅକୁହା କଥା ।

