ତୁମ ପାଇଁ
ତୁମ ପାଇଁ
ପାହାନ୍ତି ସକାଳ ଶୀତୁଆ ଜାଡ଼ରେ
ଏକାକୀ ମୁଁ ଅନେଇଛି ।
ତୁମେ କି ଫେରିବ ଗୋଲାପ ପାଖୁଡେ
ମଧୁଭରା ହସ ବିଞ୍ଚି ।।
ଆଲିଙ୍ଗନ କରି ବହୁ ବନ୍ଧନରେ
ପ୍ରୀତି ରସେ ଥିବ ବାନ୍ଧି ।
ଆହା କି ପୀରତି ଉପମା ରଖି
ଧୀରେ ଧୀରେ ଦେବ ଛିଞ୍ଚି ।।
ଗୁଣୁଗୁଣୁ ହୋଇ ମନ ଭ୍ରମରଟା
ଗାଇଲାଣି ପ୍ରେମ ଗୀତି ।
ପୂରୁବ ଆକାଶେ କଅଁଳିଆ ଖରା
ଦେହେ ରଖିଲାଣି ତାତି ।।

