STORYMIRROR

Debashis Pati

Romance

3  

Debashis Pati

Romance

ପ୍ରେମର ଫଗୁଣ

ପ୍ରେମର ଫଗୁଣ

1 min
197

ଫଗୁଣର ସେଇ ପହିଲି ସ୍ପର୍ଶରେ

କଳିକା ଯେତେକ ଫୁଲ ଫୁଟି ଗଲେ

ମଧୁ ମହକରେ ଭରି ଗଲା ଉପବନ,

ମନର ବୀଣାରେ ଝଙ୍କାର ତୋଳି

ଭ୍ରମର ଗାଇଲା, ମୋହି ନେଲା ଫୁଲ ମନ ।


କିଏ ବୋଳି ଦେଲା ଫୁଲେ ଏତେ ରଙ୍ଗ

ଲାଜର ଅବିର, ସୁକୁମାରୀ ତୁମ ତନୁରେ,

କିଏ ଗାଇ ଗଲା କୋକିଳ କଣ୍ଠରେ

ପ୍ରେମର ମନ୍ତ୍ର, କହି ଦେଲା ତୁମ କାନରେ ।


ମଳୟ ବୋହିଲା ମୃଦୁ ମନ୍ଦ ଗତି

ଚୋରାଇ ଫୁଲର କେତେ ମିଠା ମିଠା ମହକ,

ଭ୍ରମର ଗାଇଲା ଫୁଲର କାନରେ

ଗୁଣୁ ଗୁଣୁ ସୁରେ ପ୍ରେମର ରାଗିଣୀ ସୁର,

କୋଇଲିର କୁହୁ ତୁମରି ସୁରରେ

କହି ଦେଇ ଗଲା, କାନରେ ମୋର ।


ପ୍ରଜାପତି କେତେ ରଙ୍ଗରେ ରଙ୍ଗେଇ

ରଙ୍ଗେ ବୋଳା ଡେଣା ଦେଖାଏ ସେ ମଧୁଚୋର,

ସେଇ ରଙ୍ଗ ବୋଳି ମୋ ମନରେ

ତୁମେ ନେଇ ଗଲ, ସପନ ଆଖିର ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance